ବିବାହ ଦିନ ବର ବିଳମ୍ବରେ ପହଞ୍ଚିବାରୁ କନ୍ୟା କଲା ଏଭଳି କାମ

ନୂଆଦିଲ୍ଲୀ: ବିବାହ ସମୟରେ ଅନେକ ରୀତିନୀତି ପାଳନ କରିବାକୁ ପଡେ, ଯେଉଁ କାରଣରୁ ଅନେକ ଥର ବରକୁ ମଣ୍ଡପରେ ପହଞ୍ଚିବାରେ ବିଳମ୍ବ ହୋଇଥାଏ। ବରାଯାତ୍ରୀ ଆସିବା ପର୍ଯ୍ୟନ୍ତ ଏବଂ ବିବାହ ରୀତିନୀତି ଆରମ୍ଭ ନହେବା ପର୍ଯ୍ୟନ୍ତ ଭାରତରେ କନ୍ୟାମାନଙ୍କୁ ମଧ୍ୟ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥାଏ। ହେଲେ ଜଣେ କନ୍ୟା ଅପେକ୍ଷା କରିବା ପରିବର୍ତ୍ତେ କରିଥିବା କାମ ଏବେ ଚର୍ଚ୍ଚାରେ ରହିଛି। ବର ମଣ୍ଡପରେ ପହଞ୍ଚିବାରେ ବିଳମ୍ବ କରିବାରୁ କନ୍ୟା ଭୋକ ସମ୍ଭାଳି ନପାରି ଖାଦ୍ୟ ଖାଇଦେଇଥିବା ଜଣାପଡ଼ିଛି, ଯାହାର ଭିଡିଓ ଏବେ ଭାଇରାଲ‌ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ କନ୍ୟାଜଣକ ଚାଇନିଜ ଖାଦ୍ୟ ଖାଉଥିବା ଦେଖାଯାଇଛି। ଭିଡିଓରେ ବିବାହ ପାଇଁ ସଜବାଜ ହୋଇସାରିଥିବା କନ୍ୟା ଅନେକ ସମୟ ଅପେକ୍ଷା କରିବା ପରେ ବର ମଣ୍ଡପରେ ପହଞ୍ଚିପାରିଲା ନାହିଁ। ଏନେଇ ବିବାହ ରୀତିନୀତି ଆରମ୍ଭ ହେବାରେ ବିଳମ୍ବ ହେବାରୁ କନ୍ୟା ଏଭଳି କରିଥିବା ଜଣାଯାଇଛି। ଏହି ଭିଡିଓ ସେୟାର କରି କନ୍ୟାଜଣକ ଲେଖିଛନ୍ତି, କ୍ଷମା କରିବେ, ହେଲେ ମୁଁ ଖାଇବାକୁ ଭଲ ପାଏ ଏବଂ ମୋର ଶାଶୁଘର ଲୋକେ ଏହାକୁ ପସନ୍ଦ କରନ୍ତି। ଏହି ଭିଡିଓ ପୋଷ୍ଟ ହେବା ପରେ ଏବେ ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ମଧ୍ୟ ଏହାକୁ ପସନ୍ଦ କରୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର