‘ନାସା’ର ରୋଭର୍ ମହାକୁମ୍ଭ: ଭାରତୀୟ ଛାତ୍ରଙ୍କ ଚମକ

ଭାରତର ଦୁଇ ଦଳ ଛାତ୍ରଙ୍କୁ ଆମେରିକାର ମହାକାଶ ଗବେଷଣା ପ୍ରତିଷ୍ଠାନ ‘ନାସା’ ‘ହ୍ୟୁମାନ ଏକ୍ସପ୍ଲୋରେସନ୍‌ ରୋଭର୍ ଚ୍ୟାଲେଞ୍ଜ’ (ହର୍କ) ପୁରସ୍କାର ପ୍ରଦାନ କରିଛି। ଏହି ପ୍ରତିଯୋଗିତାର ‘କ୍ରାସ୍‌ ଆଣ୍ଡ୍‌ ବର୍ନ’ ବିଭାଗର ପୁରସ୍କାର ଦିଲ୍ଲୀ-ଏନ୍‌ସିଆର୍‌ ସ୍ଥିତ କେଆଇଇଟି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ସ୍ ପାଇଥିବା ବେଳେ ମୁମ୍ବାଇର କନକିଆ ଇଣ୍ଟର୍‌ନାସନାଲ୍‌ ସ୍କୁଲକୁ ‘ରୁକି ଅଫ ଦି ଇଅର’ ପୁରସ୍କାର ମିଳିଛି। ଆମେରିକାର ହଣ୍ଟସ୍‌ଭାଇଲ୍‌ ସ୍ଥିତ ଆମେରିକା ମହାକାଶ ଓ ରକେଟ୍‌ କେନ୍ଦ୍ରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଆମେରିକା ସମେତ ଅନ୍ୟ ୧୩ଟି ଦେଶର ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେମାନଙ୍କ ଭିତରେ ୭ଟି ଭାରତୀୟ ଦଳ ରହିଥିଲେ। ଅନ୍ୟ ୫ଟି ଭାରତୀୟ ଦଳ ହେଲେ, ବିଟ୍‌ସ ପିଲାନି (ଗୋଆ), କାଣ୍ଡର ଇଣ୍ଟରନାସନାଲ ସ୍କୁଲ (ବେଙ୍ଗାଲୁରୁ), ପଞ୍ଜାବ ଇଞ୍ଜିନିଅରିଂ କଲେଜ (ଚଣ୍ଡୀଗଡ଼), ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ଚେନ୍ନାଇ) ଏବଂ ୟଙ୍ଗ ମାଇଣ୍ଡ୍ ରିସର୍ଚ୍ଚ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ୍‌ (ଫରିଦାବାଦ)। ସେମାନଙ୍କ ଭିତରୁ ହାଇସ୍କୁଲ ବିଭାଗରେ ଆମେରିକାର ଡଲାସ୍ ସ୍ଥିତ ପ୍ୟାରିସ ଏପିସ୍କୋପାଲ ସ୍କୁଲ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ମହାବିଦ୍ୟାଳୟ/ବିଶ୍ବବିଦ୍ୟାଳୟ ବିଭାଗରେ ଆମେରିକାର ହଣ୍ଟସଭାଇଲ୍‌ ସ୍ଥିତ ଆଲବାମା ବିଶ୍ବବିଦ୍ୟାଳୟ ପ୍ରଥମ ହୋଇଥିଲା।

ପୃଥିବୀ ବାହାରକୁ ମଣିଷ ସହ ମହାକାଶଯାନ ପଠାଇବା ଲାଗି ନୂତନ ଜ୍ଞାନକୌଶଳର ବିକାଶ ତଥା ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ‘ନାସା’ ପକ୍ଷରୁ ହର୍କ ପ୍ରତିଯୋଗିତା ଆୟୋଜନ କରାଯାଇଆସୁଛି। ଏ ବର୍ଷ ଭାରତର ଦୁଇଟି ଦଳ ପୁରସ୍କୃତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆଗାମୀ ଦିନରେ ପୃଥିବୀ ବାହାରକୁ ମଣିଷ ସହ ମହାକାଶଯାନ ପଠାଇବା ଉଦ୍ଦେଶ୍ୟରେ ନୂତନ ଜ୍ଞାନକୌଶଳର ବିକାଶ ତଥା ଗବେଷଣାକୁ ପ୍ରୋତ୍ସାହିତ କରିବା ଲାଗି ‘ନାସା’ ପକ୍ଷରୁ ହର୍କ ପ୍ରତିଯୋଗିତାର ଆୟୋଜନ କରାଯାଇଆସୁଛି। ଏକ କି.ମି. ବ୍ୟାପୀ ବିଭିନ୍ନ ପ୍ରତିବନ୍ଧକପୂର୍ଣ୍ଣ ରାସ୍ତାରେ ପ୍ରତିଯୋଗୀମାନେ ସେମାନଙ୍କ ଦ୍ବାରା ପରିକଳ୍ପିତ ରୋଭର ପରିଚାଳନା କରିଥିଲେ। ରୋଭରଗୁଡ଼ିକର ଆକୃତି, ଗତିଶୀଳତା, ନିରାପତ୍ତା ଓ କାର୍ଯ୍ୟଦକ୍ଷତାକୁ ତର୍ଜମା କରି ସେମାନଙ୍କର ମୂଲ୍ୟାଙ୍କନ କରାଯାଇଥିଲା।

ସମ୍ବନ୍ଧିତ ଖବର