ପାକିସ୍ତାନ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରଖିଛି ଆୟର୍ଲାଣ୍ଡ

ଫ୍ଲୋରିଡା : ଆମେରିକାର ଫ୍ଲୋରିଡାଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଏକ ଲିଗ୍ ମ୍ୟାଚରେ ପାକିସ୍ତାନ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରଖିଛି ଆୟର୍ଲାଣ୍ଡ ।

ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଆୟର୍ଲାଣ୍ଡ ଦଳ ଆରମ୍ଭରୁ ହିଁ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ମାତ୍ର ୩୨ ରନରେ ୫ଟି ଓ୍ବିକେଟ ହରାଇଥିଲା । ତେବେ ଗେରେଥ୍ ଡେଲାନି ଓ ମାର୍କ ଓଡାୟାର କିଛି ସମୟ କ୍ରିଜରେ ତିଷ୍ଠି ରହିଥିଲେ । ଡେଲାନି ୩୧ ରନ କରିଥିବାବେଳେ ଓଡାୟାର ୧୫ ରନ କରିଥିଲେ । ଜର୍ଜ ଡକରେନ ୧୧ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୦୬ ରନ କରିଥିଲା । ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ଓ ଇମାଦ ଓ୍ବାସିମ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ମହମ୍ମଦ ଆମିର ୨ଟି ଓ୍ବିକେଟ ନେଇଥିଲେ ।

 

 

 

ସମ୍ବନ୍ଧିତ ଖବର