ଆଇଟା-ଓଟିଏ ୫୦କେ ଫାଇନାଲରେ ଅଂଶୁ

ଭୁବନେଶ୍ବର/ମେଣ୍ଢାଶାଳ: ଭୁବନେଶ୍ବର ଉପକଣ୍ଠ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ୍ ଏକାଡେମି କୋର୍ଟରେ ଚାଲିଥିବା ଆଇଟା-ଓଟିଏ ୫୦କେ ପୁରୁଷ ମାନ୍ୟତା ପ୍ରତିଯୋଗିତାରେ ଓଡ଼ିଶାର ଅଂଶୁ କୁମାର ଭୂୟାଁ ଦ୍ବିମୁକୁଟ ଅର୍ଜନ ସମ୍ଭାବନା ସୃଷ୍ଟି କରିଛନ୍ତି। ଉଭୟ ଏକକ ଏବଂ ଯୁଗଳ ବର୍ଗର ଫାଇନାଲରେ ପହଞ୍ଚିଛନ୍ତି ଏହି ଆଇଟିଏଫ୍ ସର୍କିଟ ଖେଳାଳି। ପୁରୁଷ ଏକକ ଫାଇନାଲରେ ଦ୍ବିତୀୟ ମାନ୍ୟତା ଅଂଶୁ ତୃତୀୟ ମାନ୍ୟତା ପଶ୍ଚିମବଙ୍ଗର ଆଦିତ୍ୟ ବର୍ଧନ ଚୌଧୁରୀଙ୍କୁ ୨-୬, ୬-୨, ୬-୨ ସେଟରେ ପରାସ୍ତ କରିଥିଲେ। ଫାଇନାଲରେ ସେ ଅନ୍ୟତମ ବେଙ୍ଗଲ ଖେଳାଳି ଅନୁରାଗ ଅଗ୍ରୱାଲଙ୍କୁ ଭେଟିବେ। ଅନୁରାଗ ଅନ୍ୟ ସେମିଫାଇନାଲରେ ଦିଲ୍ଲୀର ଋତିକ କାଶ୍ୟପଙ୍କୁ ୬-୧, ୬-୨ ସିଧାସଳଖ ସେଟରେ ପରାସ୍ତ କରିଥିଲେ। ଯୁଗଳ ବର୍ଗରେ ଶୀର୍ଷ ମାନ୍ୟତାପ୍ରାପ୍ତ ଅଂଶୁ କୁମାର ଭୂୟାଁ ଏବଂ ଚିନ୍ମୟ ପ୍ରଧାନ ଫାଇନାଲରେ ବେଙ୍ଗଲ ଯୋଡ଼ି ଆଦିତ୍ୟ ବର୍ଧନ ଚୌଧୁରୀ ଏବଂ ଅନୁରାଗ ଅଗ୍ରୱାଲଙ୍କୁ‌ ଭେଟିବେ। ସେମିଫାଇନାଲରେ ଅଂଶୁ-ଚିନ୍ମୟ ତୃତୀୟ ମାନ୍ୟତା ନିଜ ରାଜ୍ୟ ସାଥୀ ଆଶୁତୋଷ ଦାସ-ସତୀର୍ଥ ପଟ୍ଟନାୟକଙ୍କୁ ୬-୪, ୬-୭ (୭), ୧୦-୮ ସେଟରେ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର