ମହିଳା ସଂରକ୍ଷଣ ପ୍ରସଙ୍ଗ: ନ୍ୟାସନାଲ କନଫରେନ୍ସକୁ ଭେଟିଲା ବିଜେଡି

ଭୁବନେଶ୍ବର : ସଂସଦ ଓ ଲୋକସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ନେଇ ନ୍ୟାସନାଲ କନଫରେନ୍ସ ଦଳ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କୁ ଭେଟିଛି ବିେଜଡି । ବିଜେଡି ସାଂସଦ ପିନାକୀ ମିଶ୍ର ଓ ଲଡ଼ୁ କିଶୋର ସ୍ବାଇଁ ଜମ୍ମୁ ଓ କଶ୍ମୀର ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଭେଟି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ନୀତିଗତ ସମର୍ଥନ ଲୋଡ଼ିଛି । ଶ୍ରୀ ଅବଦୁଲ୍ଲା ଏହି ପ୍ରସଙ୍ଗରେ ନବୀନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଆଗରୁ ଏହି ପ୍ରୟାସ ଯେପରି ସଫଳ ହୁଏ ସେଥିପାଇଁ ସକାରାତ୍ମକ ମନ୍ତବ୍ୟ ପ୍ରଦାନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଶ୍ରୀ ପଟ୍ଟନାୟକ ମହିଳାମାନଙ୍କ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ତାହ ଦେଶ ପାଇଁ ବହୁତ ଭଲ।

ସମ୍ବନ୍ଧିତ ଖବର