୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ସୁପରଲିଗ୍‌: ରାଉରକେଲା, ଓଡ଼ିଶା-୨ ଓ ୩, ଭୁବନେଶ୍ବର ‘ଏ’ ବିଜୟୀ

କଟକ: ଏଠାରେ ଚାଲିଥିବା ୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାର ସୁପରଲିଗ୍‌ ପର୍ଯ୍ୟାୟରେ ସୋମବାର ରେଷ୍ଟ ଅଫ୍‌ ଓଡ଼ିଶା-୨, ଭୁବନେଶ୍ବର ଏ’, ରେଷ୍ଟ ଅଫ୍‌ ଓଡ଼ିଶା-୩ ଓ ରାଉରକେଲା ବିଜୟୀ ହୋଇଛନ୍ତି। ଭୁବନେଶ୍ବର ଏ’ର ବିଦ୍ୟାଧର ବେହେରା ଶତକ ଅର୍ଜନ କରିଥିଲା ବେଳେ ରେଷ୍ଟ ଅଫ୍‌ ଓଡ଼ିଶା-୨ର ଅଭିନବ ନନ୍ଦ ଓ ରେଷ୍ଟ ଅଫ୍‌ ଓଡ଼ିଶା-୧ର ବିଶ୍ବଜିତ ପ୍ରଧାନ ୫ ଵିକେଟ୍‌ ସଫଳତା ପାଇଛନ୍ତି। ରେଭେନ୍ସା ୨ ନମ୍ବର ପଡ଼ିଆରେ ରେଷ୍ଟ ଅଫ୍‌ ଓଡ଼ିଶା-୨ ୨୫ ରନ୍‌ର ପାଳି ଅଗ୍ରଣୀ ପାଇ ରେଷ୍ଟ ଅଫ୍‌ ଓଡ଼ିଶା-୪କୁ ପରାସ୍ତ କରିଛି। ପ୍ରଥମ ଦିନରେ ଓଡ଼ିଶା-୨ ୧୫୧ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା ବେଳେ ଏହାକୁ ପିଛା କରିବାକୁ ଯାଇ ଓଡ଼ିଶା-୪ ମାତ୍ର ୧୨୬ ରନ୍‌ରେ ଅଟକିଯାଇଥିଲା। ଅଧିନାୟକ ଆକାଶ ମହାପାତ୍ର ଦଳ ପାଇଁ ସର୍ବାଧିକ ୩୫ ରନ୍‌ ସ˚ଗ୍ରହ କରିଥିଲେ। ବିଜୟୀ ଦଳର ଅଭିନବ ନନ୍ଦ ୧୫.୫ ଓଭର ବୋଲି˚ କରି ୯ ମେଡେନ୍‌ ଓ ୧୨ ରନ୍‌ ବିନିମୟରେ ୫ ଵିକେଟ ଦଖଲ କରିଥିଲେ। ତାଙ୍କ ବ୍ୟତୀତ ରତିର˚ଜନ ବାରିକ ୪ ଵିକେଟ୍‌ ପାଇଥିଲେ।

ରେଭେନ୍ସା ୧ ନମ୍ବର ପଡ଼ିଆରେ ଅନୁଗୁଳ ବିପକ୍ଷରେ ଭୁବନେଶ୍ବର ଏ’ ୨୨୮ ରନ୍‌ର ଅଗ୍ରଣୀ ଯୋଗୁଁ ବିଜେତା ଘୋଷିତ ହୋଇଛି। ଅନୁଗୁଳର ୧୩୯ ରନ୍‌ ଜବାବରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭୁବନେଶ୍ବର ଅଧିନାୟକ ବିଦ୍ୟାଧର ବେହେରାଙ୍କ ଶତକ (୧୮୨ ରନ୍‌, ୨୩୦ ବଲ୍‌, ୨୯ ଚୌକା, ୧ ଛକା), ସିଦ୍ଧାର୍ଥ ବେହେରାଙ୍କ ୪୧ ଓ ଜନ୍ମେଜୟ ସାହୁଙ୍କ ୩୦ ରନ୍‌ ସହଯୋଗରେ ୭ ଵିକେଟ ବିନିମୟରେ ୩୬୭ ରନ୍‌ ସ˚ଗ୍ରହ କରିଥିଲା। ତେବେ ଅତିରିକ୍ତ ରୂପରେ ଅନୁଗୁଳର ବୋଲରମାନେ ୫୩ରନ୍‌ ବ୍ୟୟ କରିଥିଲେ। ଅନୁଗୁଳର ପାନକଳା ଶଶାଙ୍କ ଓ ନିରଳା ସାହୁ ୨ ଵିକେଟ ଲେଖାଏଁ ଅକ୍ତିଆର କରିଥିଲେ।

ସନସାଇନ୍‌ ପଡ଼ିଆରେ ରେଷ୍ଟ ଅଫ୍‌ ଓଡ଼ିଶା-୩ ୨୧୧ରନ୍‌ର ପାଳି ଅଗ୍ରଣୀ ସହ ରେଷ୍ଟ ଅଫ୍‌ ଓଡ଼ିଶା-୧କୁ ହରାଇଛି। ପ୍ରଥମ ଦିନରେ ଓଡ଼ିଶା-୧ ମାତ୍ର ୫୫ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ତେବେ ଏହାକୁ ପିଛା କରି ଓଡ଼ିଶା ୩ ଦ୍ବିତୀୟ ଦିନରେ ସମସ୍ତ ଵିକେଟ ହରାଇ ୨୬୬ ରନ୍‌ କରିପାରିଥିଲା। ଆଦିତ୍ୟ ଜେନା ୬୬, ଚିରଞ୍ଜୀବ ବେହେରା ୬୩, ସମରପ୍ରୀତ ପଟେଲ ୩୪, ଅନୁପମ ସାହୁ ୩୨ ରନ୍‌ର ଯୋଗଦାନ କରିଥିଲେ। ଓଡ଼ିଶା-୧ର ବିଶ୍ବଜିତ ପ୍ରଧାନ ୫, କରଣ ସୋନି ୩, ଜାହିଦ ଖାନ୍‌ ଓ ଗୌରବ କୁମ୍ଭାର ପ୍ରତ୍ୟେକ ୧ ଵିକେଟ ଲେଖାଏଁ ନେଇଥିଲେ। ନିମପୁରରେ ଅନୁଷ୍ଠିତ ମ୍ୟାଚ୍‌ରେ ରାଉରକେଲା ୨୫ ରନ୍‌ର ଅଗ୍ରଣୀ ପାଇ ଭୁବନେଶ୍ବର ବି’କୁ ପରାଜିତ କରିଛି। ପ୍ରଥମ ଦିନରେ ରାଉରକେଲା ସମସ୍ତ ଵିକେଟ ବିନିମୟରେ ୧୨୭ ରନ୍‌ ସ˚ଗ୍ରହ କରିଥିଲା। ଏହି ରନ୍‌କୁ ପିଛା କରିବାକୁ ଯାଇ ଭୁବନେଶ୍ବର ବି’ ଦ୍ବିତୀୟ ଦିନରେ ଦୟନୀୟ ପ୍ରଦର୍ଶନ କରି ମାତ୍ର ୧୦୫ରନ୍‌ରେ ଆଉଟ ହୋଇଥିଲା। ଶୁବାଶିଷ ମଲ୍ଲିକ (୪୦), ସନ୍ଧାନ ମହାନ୍ତି (୧୩)ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଦୁଇ ଅଙ୍କରେ ବି ପହଞ୍ଚିପାରିନଥିଲେ। ତେବେ ଅତିରିକ୍ତ ଭାବେ ୨୭ରନ୍‌ ଆସିଥିଲା। ବିଜୟୀ ଦଳର ସେକ୍‌ ନକିବ୍‌ ୪, ଆଶିଷ ମଲ୍ଲିକ ୨, ରେହାନ ଖାନ୍‌ ୨ ଵିକେଟ ନେଇ ଦଳକୁ ଜିତାଇଥିଲେ।

ସମ୍ବନ୍ଧିତ ଖବର