ଷଣ୍ଢ ଉପରେ ଗରମ ତେଲ ଢାଳିଦେଲେ, ଥାନାରେ ମାମଲା

ଭୁବନେଶ୍ବର : ସମୟକ୍ରମେ ମଣିଷ ମାନବିକତା ଭୁଲିଯାଉଛି। ଉତ୍ତ୍ୟକ୍ତ ହୋଇ ନିଜର ହିତାହିତ ଜ୍ଞାନ ହରାଇ ବସୁଛି। ଆଉ ନୀରିହ ଜୀବଙ୍କୁ ନୃଶଂସ ଭାବେ ଆକ୍ରମଣ କରିବାକୁ ପଛାଉନାହିଁ। ଏଭଳି ଏକ ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ। ଏକ ଷଣ୍ଢ ଉପରେ ଗରମ ତେଲ ପକାଇବା ନେଇ ଥାନାରେ ଅଭିଯୋଗ ପରେ ଘଟଣା ପଦାକୁ ଆସିଛି।

ସୂଚନା ମୁତାବକ, ଗତ ୧୯ ତାରିଖ ରାତିରେ ଚିନ୍ତାମଣିଶ୍ବର ଅଞ୍ଚଳରେ ଏକ ଷଣ୍ଢ ବୁଲୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ଝିଅ ଷଣ୍ଢ ଉପରକୁ ଗରମ ତେଲ ଫୋପାଡ଼ିଥିଲେ। ଫଳରେ ଷଣ୍ଢଟି ଆହତ ହୋଇଥିଲା। ଖବରପାଇ ସେବା ହିଁ ସଂଗଠନ ନାମକ ଏକ ସଂସ୍ଥା ଷଣ୍ଢକୁ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଛି। ଏନେଇ ସଂଗଠନ ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର