ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା: ଦୂତିଙ୍କୁ ସ୍ବର୍ଣ୍ଣ, ପ୍ରଜ୍ଞାଙ୍କୁ ରୌପ୍ୟ

ଭୁବନେଶ୍ବର: କର୍ଣ୍ଣାଟକର ଜୈନ ବିଶ୍ବବିଦ୍ୟାଳୟଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଦୌଡ଼ରାଣୀ ଦୂତି ଚାନ୍ଦ ପୁଣି ଥରେ ନିଜ କମାଲ ଦେଖାଇଛନ୍ତି। ମହିଳା ୧୦୦ ମିଟରରେ ଲଗାତାର ସ୍ବର୍ଣ୍ଣ ଜିତିଛନ୍ତି ସେ। ଏହା ପୂର୍ବରୁ କିଟ୍ ବିଶ୍ବବିଦ୍ୟାଳୟରେ ଆୟୋଜିତ ପ୍ରଥମ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ ଦୂତି ସ୍ବର୍ଣ୍ଣିମ ସଫଳତା ଲାଭ କରିଥିଲେ। ନିଜ ସଫଳତା ପାଇଁ ଦୂତି କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି।

ଓଡ଼ିଆ ଝିଅ ପ୍ରଜ୍ଞା ସାହୁ ୪୦୦ ମିଟର ବାଧାଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ଲଭ୍‌ଲି ପ୍ରଫେସନାଲ ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ବ କରି ଏହି ସଫଳତା ଲାଭ କରିଛନ୍ତି ସେ। ତାଙ୍କ ଟାଇମିଂ ଥିଲା ୫୯.୪୮ ସେକେଣ୍ଡ। ସୂଚନା‌ଯୋଗ୍ୟ ଯେ ପ୍ରଜ୍ଞା ସଂପ୍ରତି ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ଦୌଡ଼କୁଦ ଏଚ୍‌ପିସିରେ ପ୍ରଶିକ୍ଷଣ ନେଉଛନ୍ତି। ପ୍ରଜ୍ଞା ଏହା ପୂର୍ବରୁ ଶ୍ରୀଲଙ୍କାର କଲମ୍ବୋରେ ଆୟୋଜିତ ତୃତୀୟ ଦକ୍ଷିଣ ଏସିଆ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ।

ସମ୍ବନ୍ଧିତ ଖବର