ସର୍ବଭାରତୀୟ ପୁଲିସ ହକିରେ ନିଶାନ୍ତ

ଭୁବନେଶ୍ୱର: ହରିଆଣାର ସୋନେପତର ମୋତିଲାଲ ନେହରୁ କ୍ରୀଡ଼ା ବିଦ୍ୟାଳୟଠାରେ ଡିସେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୬୬ତମ ସର୍ବଭାରତୀୟ ପୁଲିସ୍‌ ହକି ପ୍ରତିଯୋଗିତା ଲାଗି ଓଡ଼ିଶାର ନିଶାନ ଜ୍ୟୋତି ମହାନ୍ତି ଅମ୍ପାୟାର ନିଯୁକ୍ତ ହୋଇଛନ୍ତି। ହରିଆଣା ପୁଲିସ ଦ୍ୱାରା ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାର ଶାରିରୀକ ସୁସ୍ଥତା ପରୀକ୍ଷା ଲାଗି ନିଶାନ୍ତ ଡିସେମ୍ବର ୪ରେ ସୋନେପତ ପହଞ୍ଚିବେ। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଅମ୍ପାୟାରିଂ କରିବାକୁ ଯାଉଥିବାରୁ ହକି ଓଡ଼ିଶାର ସଂପାଦକ ପ୍ରତାପ ଶତପଥା ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବତଟ ରେଳବାଇରେ କାର୍ଯ୍ୟ କରୁଥିବା ନିଶାନ୍ତ ଏହା ପୂର୍ବରୁ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅମ୍ପାୟାର ଏବଂ ଜଜ୍‌ ରହି ସାରିଛନ୍ତି। ସଂପ୍ରତି ସେ ଅଥର ଖାନ୍‌ ଗୋଲ୍ଡ କପ ହକିରେ ଅମ୍ପାୟାରିଂ ଦାୟିତ୍ୱ ତୁଲାଉଛନ୍ତି।

ସମ୍ବନ୍ଧିତ ଖବର