ଲର୍ଡସ ଟେଷ୍ଟ୍ ପାଇଁ ଇଂଲଣ୍ଡ ଦଳରେ ରେହାନ

ଲଣ୍ଡନ : ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍‌ ଟେଷ୍ଟ ଦ୍ବିତୀୟ ମ୍ୟାଚ୍‌ ପାଇଁ ଇଂଲଣ୍ଡ ଦଳରେ ଲେଗ୍‌ ସ୍ପିନର ରେହାନ ଅହମଦଙ୍କୁ ସାମିଲ କରାଯାଇଛି। ପ୍ରଥମ ଟେଷ୍ଟ ବେଳେ ଅବସରରୁ ଫେରିଥିବା ସ୍ପିନର ମୋଇନ ଅଲ୍ଲୀଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ତେଣୁ ତାଙ୍କର ବ୍ୟାକଅପ୍‌ ଖେଳାଳି ଭାବେ ରେହାନଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଛି। ୧୮ ବର୍ଷିୟ ରେହାନ ଗତବର୍ଷ ପାକିସ୍ତାନ ବିପକ୍ଷରେ କରାଚୀରେ ଟେଷ୍ଟ ପଦାର୍ପଣ କରିଥିଲେ। ସେଠାରେ ଦୁଇଟି ପାଳିରୁ ୭ ୱିକେଟ୍‌ ନେଇଥିଲା ବେଳେ ଗୋଟିଏ ୫ ୱିକେଟ୍‌ ସଫଳତା ଅନ୍ତର୍ଭୁକ୍ତ ଥିଲା। ବର୍ତ୍ତମାନ ସୁଦ୍ଧା ରେହାନ ୧୧ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ଲିସେଷ୍ଟରସେୟାର ପକ୍ଷରୁ ସେ ୩୭.୦୦ ହାରାହାରିରେ ୨୨ ୱିକେଟ୍‌ ଅକ୍ତିଆର କରିଛନ୍ତି। ଆସେସ୍‌ ଟ୍ରଫିର ଦ୍ବିତୀୟ ଟେଷ୍ଟ ଲର୍ଡ୍ସରେ ଜୁନ୍‌ ୨୮ରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର