ମହିଳା ୫୦ ମିଟର୍‌ ରାଇଫଲ୍‌ ୩ରେ ବିଶ୍ବ ରେକର୍ଡ କରି ସ୍ବର୍ଣ୍ଣ ପଦକ ଜିଣିଲେ ସିଫ୍ଟ୍‌ ସିମ୍‌ରା ଓ କାଂସ୍ୟ ଜିଣିଲେ ଆଶି ଚୌକ୍ସି

ହାଙ୍ଗ୍‌ଚୌ: ଚୀନ୍‌ର ହାଙ୍ଗ୍‌ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଆଜି ୫୦ ମିଟର୍‌ ରାଇଫଲ୍‌ ୩ ପୋଜିସନ୍‌ରେ ସିଫ୍ଟ କୌର ସିମ୍‌ରା ଓ ଆଶି ଚୌକ୍‌ସି ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ବିଜୟ ହୋଇଛନ୍ତି।

ଏହଛଡ଼ା, ଏହି ଟୁର୍ଣ୍ଣାମେଣ୍ଟ୍‌ର ଇତିହାସରେ ଉପରୋକ୍ତ ରାଇଫଲ୍‌ ଚାଳନାରେ ପ୍ରଥମ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ଭାରତ ରେକର୍ଡ ସୃଷ୍ଟି କରିଛି।

ସିମ୍‌ରା ୪୬୯.୬ ପଏଣ୍ଟ୍‌ ହାସଲ କରି ବିଶ୍ବ ରେକର୍ଡ ଭାଙ୍ଗି ଥିବା ବ‌େଳେ ଚୌକ୍‌ସି ୪୫୧.୯ ପଏଣ୍ଟ୍‌ ସ୍କୋର୍‌ କରି ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବରୁ ସେ ଏହି ପ୍ରତିଯୋଗିତା ତାଲିକାରେ ୬ଷ୍ଠ ସ୍ଥାନରେ ଥିଲେ କିନ୍ତୁ, ଏବେ ଦ୍ବିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଥିଲେ। କିନ୍ତୁ, ଚୀନ୍‌ର କ୍ବିଓଙ୍ଗୟୁଏ ଏହି ପ୍ରତିଯୋଗିତାରେ ୪୬୨.୩ ପଏଣ୍ଟ୍‌ ହାସଲ କରି ରୌପ୍ୟ ପଦକ ପାଇବାରୁ ଚୌକ୍ସି ୩ୟ ସ୍ଥାନକୁ ଖସି ଆସିଛନ୍ତି।

ସିମ୍‌ରାଙ୍କ ସ୍ବର୍ଣ୍ଣ ପଦକକୁ ମିଶାଇ ଭାରତ ସମୁଦାୟ ୫ଟି ସ୍ବର୍ଣ୍ଣ ପଦକ ହାସଲ କଲାଣି। ଏହାଛଡ଼ା, ୨୦୨୩ ଏସୀୟ କ୍ରୀଡ଼ାରେ ଭାତର ୫ଟି ରୌପ୍ୟ ଓ ୧୦ଟି କାଂସ୍ୟ ପଦକ ମଧ୍ୟ ହାସଲ କରିଛି।

ସମ୍ବନ୍ଧିତ ଖବର