ମାଲକାନଗିରି: ପୁଲିସର ସୂଚନାଦାତା ବୋଲି ସନ୍ଦେହ କରି ମଙ୍ଗଳବାର ରାତିରେ ସଶସ୍ତ୍ର ନକ୍ସଲବାଦୀମାନେ ମାଥିଲି ବ୍ଲକ୍ ଅଞ୍ଚଳର ସାଲିନି ପଞ୍ଚାୟତ ଅନ୍ତର୍ଗତ ବୁରୁବେଡ଼ା ଗ୍ରାମର ଅନନ୍ତରାମ ଭୂମିଆଙ୍କୁ ହତ୍ୟା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ପ୍ରାୟ ୨୦/୨୫ ଜଣ ନକ୍ସଲ୍ବାଦୀ ବୁରୁବେଡ଼ା ଗ୍ରାମରେ ପହଞ୍ଚିବା ପରେ ଅନନ୍ତରାମଙ୍କ ଘରକୁ ଯାଇ ତାଙ୍କୁ ବାହାରକୁ ଟାଣି ଆଣିଥିଲେ। ତାଙ୍କୁ ପୁଲିସ ସୂଚନାଦାତା କହି ସେମାନେ ବହେ ମାରଧର କରିଥିଲେ। ତା’ପରେ ସେମାନେ ରାତାରାତି ଅନନ୍ତଙ୍କୁ ବୁରୁବେଡ଼ା ଗାଁ’ ପ୍ରାୟ ଠାରୁ ୧୦/୧୫ କିଲୋମିଟର ଦୂରରେ ଅବସ୍ଥିତ ଧାକଡ଼ରାଶି ନିକଟକୁ ନେଇ ସେଠାରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇ ଚାଲି ଯାଇଥିଲେ।
ଆଜି ସକାଳ ସୁଦ୍ଧା ଘଟନାସ୍ଥଳରେ ପୁଲିସ ପହଞ୍ଚି ନ ଥିବା ବେଳେ ଗ୍ରାମବାସୀ ଓ ପରିବାର ଲୋକେ ଅନନ୍ତରାମଙ୍କ ଶବ ଉଦ୍ଧାର କରି ଘରକୁ ଆଣିଛନ୍ତି।