ଟାଙ୍ଗୀ : ଆମ ଓଡ଼ିଶା ରକ୍ତଦାନ ଶିବିର ,୨୭ ୟୁନିଟ୍‌ ସଂଗ୍ରହ

ଟାଙ୍ଗୀ : ଆମ ଓଡ଼ିଶା ଓ ନୂଆଗଡ଼ ସ୍ବୟଂ ସେବକ ସଂଘ ସହଯୋଗରେ ଟାଙ୍ଗୀ ବ୍ଲକ୍‌ ନୂଆଗଡ଼ ପଞ୍ଚାୟତ ଉଗ୍ରତାରା ନୋଡାଲ୍‌ ହାଇସ୍ଖୁଲ୍‌ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ବ୍ଲଡ୍‌ ବ୍ୟାଙ୍କର ଡାକ୍ତର ଆର୍ଯ୍ୟ କୁମାରୀ ଶୁଭଶ୍ରୀଚାନ୍ଦ ଓ ଟିମ୍‌ ରକ୍ତ ସଂଗ୍ରହ କରିଥିଲେ। ଅରୁଣ କୁମାର ସାହୁ, ବିଚିସ୍ମିତା ପୁହାର, ଅମିତା ନାୟକ, ସନ୍ତୋଷ ରାୟ, ବିଶ୍ବଜିତ ପାଲଟାସିଂହ, ପ୍ରକାଶ ଜେନା, ଜଗନ ସ୍ବାଇଁ, କୃଷ୍ଣଚନ୍ଦ୍ର ମଙ୍ଗରାଜ, ଆଲୋକ ସାମନ୍ତରାୟ, ମନୋରଞ୍ଜନ ମାର୍ଥା, ବିଶ୍ବଜିତ ସାମନ୍ତରାୟ, ମିଥୁନ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଆମ ଓଡ଼ିଶା ଭୁବନେଶ୍ବର ସଂସ୍କରଣ ପ୍ରମୁଖ ସଂଗ୍ରାମ କେଶରୀ ସାମନ୍ତରାୟ, ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଝୁନାମଣି ଚକ୍ରବର୍ତ୍ତୀ, ପୂର୍ବତ୍ତନ ପ୍ରଧାନ ଶିକ୍ଷକ ଭାସ୍କର ମଙ୍ଗରାଜ, ସମାଜସେବୀ ଅଶୋକ ପାତ୍ର ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଟାଙ୍ଗୀ ବ୍ଲକ୍‌ ସମ୍ବାଦ ପ୍ରତିନିଧି ମନୋଜ କୁମାର ପଟ୍ଟନାୟକ ଓ ଚିଲିକା ବ୍ଲକ ସମ୍ବାଦ ପ୍ରତିନିଧି ପ୍ରଦୋଶ କୁମାର ଦାସ।

ଜୀବନଦାତା: ତାପସ ଢାଲି, ସଂଘମିତ୍ରା ବେହେରା, ସନ୍ତୋଷ ରାୟ, ମନୋରଞ୍ଜନ ମାର୍ଥା, ଅଶୋକ ଗୁମାନସିଂହ, ସୋପ୍ନାରଞ୍ଜନ ନାୟକ, ଅଜୟ ସାହୁ, କାହ୍ନୁ ନାୟକ, ଶଙ୍କର ବାରିକ, ମାନସ ରାୟ, ଚନ୍ଦ୍ରକାନ୍ତ ବେହେରା, ସୂର୍ଯ୍ୟକାନ୍ତ ବେହେରା, ସୁଧାଶୁଂ ଶେଖର ଭୁଜବଳ, ଯୋଗେଶ ମାଝି, କୁନି ଜେନା, ଗୀତାଞ୍ଜଳି ସେଠି, ଲକ୍ଷ୍ମୀପ୍ରିୟା ପାତଳାସିଂହ, ଛବିରାଣି ବିଶ୍ବାଳ, ମାମିନା ମାଝି, ମାନସ ଜେନା, ଶିବପ୍ରସାଦ ବାରିକ, ପ୍ରତିମା ସାହୁ, ତ୍ରିନାଥ ଧଉଡ଼ିଆସିଂହ, ଦୁର୍ଯ୍ୟୋଧନ ବରାଳ, ପୁଷ୍ପଲତା ବାରିକ, ବାମଦେବ ବେହେରା, ରମାକାନ୍ତ ମାର୍ଥା

ସମ୍ବନ୍ଧିତ ଖବର