ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣା, ୩ ଗିରଫ

ଟାଙ୍ଗୀ : ଗତକାଲି ପୂର୍ବାହ୍ନରେ ଟାଙ୍ଗୀ ଅତିରିକ୍ତ ତହସିଲଦାର କର୍ମଚାରୀଙ୍କ ସହ ଏକ ବେଆଇନ ମାଙ୍କଡ଼ା ପଥର ଖଣିରେ ଚଢ଼ାଉ କରିବା ବେଳେ ମାଫିଆମାନେ ସେମାନଙ୍କର ଗାଡ଼ି ଛଡ଼ାଇ ନେବା ସହ କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅଜି ଟାଙ୍ଗୀ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଏହା ସହିତ ଗୋଟିଏ ଜେସିବି ଏବଂ ଦୁଇଟି ବାଇକ୍‌ ଜବତ କରିଛି। ଘଟଣାରୁ ପ୍ରକାଶ ଟାଙ୍ଗୀ ଅତିରିକ୍ତ ତହସିଲଦାର ମଧୁସ୍ମିତା ବେହେରା ନିଜ କାର୍ଯ୍ୟାଳୟର ଡ୍ରାଇଭର୍‌ ପବିତ୍ର ସେଠୀ, କର୍ମଚାରୀ ଗଦାଧର ବେହେରା ଓ ପ୍ରକାଶ ବେହେରାଙ୍କୁ ନେଇ ବେଆଇନ ପାତ୍ରପଡ଼ା ପଥର ଖଣି ଉପରେ ଚଢ଼ାଉ କରିଥିଲେ। ଏହି ସମୟରେ ସେମାନଙ୍କୁ ମାଫିଆମାନେ ଆକ୍ରମଣ କରିଥିଲେ। ଘଟଣା ସଂପର୍କରେ ଗତକାଲି ଟାଙ୍ଗୀ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଆଜି ଟାଙ୍ଗୀ ଥାନା ଆଇଆଇସି ସରୋଜ ଉପାଧ୍ୟାୟ ହରିପୁରରୁ ଶିଖର ପଲେଇ, ଫକୀର ପଲେଇ ଓ ରଘୁନାଥ ପଲେଇକୁ ଗିରଫ କରିଥିବାବେଳେ ଗୋଟିଏ ଜେସିବି ଓ ଦୁଇଟି ମଟର ସାଇକେଲ ଜବତ କରିଛନ୍ତି।

ସମ୍ବନ୍ଧିତ ଖବର