ବାଲେଶ୍ୱର: ଟ୍ରକ୍‌କୁ ପଛରୁ ପିଟିଲା ବସ, ଜଣେ ମୃତ, ୨୦ରୁ ଊର୍ଧ୍ୱ ଆହତ

ବାଲେଶ୍ୱର: କଟକରୁ କୋଲକାତା ଯାଉଥିବା ଏକ ଘରୋଇ ବସ୍‌ ବସ୍ତା ଥାନା ଅନ୍ତର୍ଗତ ଭେଲୋରା ଛକ ନିକଟରେ ଏକ ମାଛ ବୋଝେଇ ଟ୍ରକ୍‌କୁ ପଛରୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିିଥିବା ବେଳେ ୨୦ରୁ ଊର୍ଧର୍୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି।

ମିଳିଥିବା ସୂଚନା ଅନୁଯାୟୀ,  ଗତକାଲି ସନ୍ଧ୍ୟାରେ କଟକରୁ  କୋଲକାତା ଅଭିମୁଖେ ବାହାରିଥିବା ମୁସ୍କାନ ନାମକ ଏକ ଘରୋଇ ବସ ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ  ଆଗରେ ଯାଉଥିବା ଏକ ମାଛ ବୋଝେଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବସ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ୨୦ରୁ ଊର୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର