ସିପିଆଇ ପକ୍ଷରୁ ୧ ଲୋକସଭା ଓ ୧୧ ବିଧାନସଭା ପ୍ରାର୍ଥୀ ଘୋଷିତ

ଭୁବନେଶ୍ବର: ଆଜି ଭାରତୀୟ କମ୍ୟୁନିଷ୍ଟ ପ‌ାର୍ଟି (ସିପିଆଇ) ରାଜ୍ୟରେ ଗୋଟିଏ ଲୋକସଭା ଓ ୧୧ଟି ‌ବିଧାନସଭ‌ା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଅଶୋକନଗରସ୍ଥିତ ଭଗବତୀ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେହିପରି ବିଧାନସଭା ଆସନରେ ଛତ୍ରପୁର ପାଇଁ ଗୁରୁନାଥ ପ୍ରଧାନ, ସୁନ୍ଦରଗଡ଼ ରାଜେନ୍ଦ୍ର ନାୟକ, ବାଲିକୁଦା ଏରସମା ଅଭିଜିତ ସାହୁ, ବ୍ରଜରାଜନଗର ରମେଶ ଚନ୍ଦ୍ର ତ୍ରିପାଠୀ, ପ‌ାରାଦୀପ ଜିନ୍ମୟୀ ସାହାଣୀ, କବିସୂର୍ଯ୍ୟନଗର ପ୍ରବୀଣ ଦାସ, ନୀଳଗିରି ଅଜୟ ପଟ୍ଟନାୟକ, ଉତ୍ତର ଭୁବନେଶ୍ବର ଶଙ୍କର୍ଷଣ ବାରିକ, ନିମାପଡ଼ା ମନୋରଞ୍ଜନ ପରିଡ଼ା, ଲକ୍ଷ୍ମୀପୁର କୁମର ଜାନି, କଣ୍ଟାବାଞ୍ଜି ପାଇଁ ପାଣ୍ଡବ ଭୋଇଙ୍କୁ ପ୍ରାର୍ଥୀ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ, ଜାତୀୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ରାମକୃଷ୍ଣ ପଣ୍ଡା, ପୂର୍ବତନ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ଜନବିରୋଧୀ ବିଜେଡି-ବିଜେପିର ଗୁପ୍ତ ମେଣ୍ଟ ସରକାରକୁ ପରାସ୍ତ କରି ଲୋକାଭିମୁଖୀ ସରକାର ଗଠନ କରିବାକୁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର