କୁମ୍ଭୀରକୁ ଚିତ୍ରକୋଣ୍ଡା ଡ୍ୟାମ୍‌ରେ ଛଡ଼ାଗଲା

ମାଲକାନଗିରି : ସତୀଗୁଡା ଡ୍ୟାମରୁ ମାଲକାନଗିରି ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ମୁନସା ଗାଁକୁ ପଶି ଆସିଥିବା ବୟସ୍କ ମାଈ କୁମ୍ଭୀରକୁ ଆଜି ଚିତ୍ରକୋଣ୍ଡା ଡ୍ୟାମରେ ବନ ବିଭାଗ ପକ୍ଷରୁ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି। ଗତକାଲି ଗାଁରୁ କୁମ୍ଭୀରକୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରିବା ପରେ ମାଲକାନଗିରି ସ୍ଥିତ ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିବା ବେଳେ କୁମ୍ଭୀର ସଂପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ଅଳ୍ପ ଦିନ ମଧ୍ୟରେ ଏହି କୁମ୍ଭୀର ଅଣ୍ଡା ଦେବାର ସମ୍ଭାବନା ରହିଛି। ଖାଦ୍ୟ ଅନେ୍ଵଷଣରେ କୌଣସି ଜୀବ ପଛରେ ଗାଁ ନିକଟକୁ ଆସିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର