ନିଖିଳ ଓଡ଼ିଶା ଓପନ୍‌ ସ୍ନକର

ଭୁବନେଶ୍ୱର: ନୟାପଲ୍ଲୀସ୍ଥିତ ଭିଣ୍ଟେଜ୍‌ କ୍ଲବ୍‌ ପରିସରରେ ଚାଲିଥିବା ସପ୍ତମ ଏମ୍‌ଆଇଇଟି ନିଖିଳ ଓଡ଼ିଶା ଓପନ୍‌ ସ୍ନକର ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ସର୍ବାଧିକ ବ୍ରେକ୍‌ ଦେଖିବାକୁ ମିଳିଛି। ଗୁରୁବାର ଏହି ସଫଳତା ଆକାଶ ମହାପାତ୍ରଙ୍କ ନାମକୁ ଯାଇଛି। ଆକାଶ ୭୩ ପଏଣ୍ଟ୍‌ର ସର୍ବାଧିକ ବ୍ରେକ୍‌ ପାଇଥିଲେ। ସେ ଗୁରୁବାର ମୁକାବିଲାରେ ଜ୍ଞାନ ଦାଶଙ୍କୁ ୩-୦ରେ ହରାଇଥିଲେ। ଅନ୍ୟ ମ୍ୟାଚ୍‌ ଗୁଡ଼ିକରେ ବିରାଜ ଦାଶ ୨-୦ରେ ସତ୍ୟବ୍ରତ ସ୍ୱାଇଁଙ୍କୁ, ରାକେଶ ମହାନ୍ତି ୩-୦ରେ ଶୁଭ୍ରଜିତ୍‌ ପଟ୍ଟନାୟକଙ୍କୁ, ମିଶାଲ ସ୍ୱାଇଁ ୩-୧ରେ ଗୋବିନ୍ଦ ଶର୍ମାଙ୍କୁ, ସୁବ୍ରତ ଦାସ ୩-୦ରେ ମୁନା ପରିଡ଼ା ଓ ୩-୧ରେ ହର୍ଷ ଲାମ୍ବାଙ୍କୁ, ଶ୍ୟାମ ଅଗ୍ରଓ୍ଵାଲ୍‌ ୩-୧ରେ ଗୌତମ ଦାଶଙ୍କୁ, ରଜତ ଧଳ ୩-୦ରେ ରାଜେଶ ସ୍ୱାଇଁଙ୍କୁ, ଅଶ୍ୱିନୀ ପଟ୍ଟନାୟକ ୩-୧ରେ ନୀତେଶ ପଟ୍ଟନାୟକଙ୍କୁ, ଅନୁଜ ପଣ୍ଡା ୩-୦ରେ ସରୋଜ ଦାସଙ୍କୁ, କୁନାଲ ଅଗ୍ରଓ୍ଵାଲ୍‌ ୩-୦ରେ ପଦ୍ମାସନ ନାଏକଙ୍କୁ, ଅମୀୟ ନାୟକ ୩-୦ରେ ମୟଙ୍କ ମାଢ଼ିଙ୍କୁ, ଚନ୍ଦ୍ର ମହାନ୍ତି ୩-୧ରେ ଜଗଦୀଶ ମହାନ୍ତିଙ୍କୁ, ରାକେଶ ପ୍ରଧାନ ୩-୦ରେ ରୋହିତ ଶର୍ମାଙ୍କୁ ଅବିନାଶ ମହାପାତ୍ର ୩-୧ରେ ଉସ୍‌ମାନ୍‌ ଖାନ୍‌ଙ୍କୁ ଗୋଦ୍ୱିନ୍‌ କୁଲୁ ୩-୦ରେ ଶିବାଶିଷ ବିଶ୍ୱାଳଙ୍କୁ, ଜାକିର ଅଲ୍ଲୀ ଖାନ୍‌ ୩-୧ରେ ଆଶିଷ ପାତ୍ରଙ୍କୁ ଏବଂ ସିଦ୍ଧାର୍ଥ ସେନ୍‌ ୩-୧ରେ ତରୁଣ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର