ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁର ଆହତ

ରେଢ଼ାଖୋଲ: ରେଢ଼ାଖୋଲ ଥାନା ପଣ୍ତକିମାଳ ଗ୍ରାମରେ ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁର ଆହତ ହେବା ଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ ପଦ୍ମଲୋଚନ ବେହେରା (୬୩) ଗାଧୋଇ ପାଧୋଇ ଆସି ମଧ୍ୟାହ୍ନରେ ବୋହୂ ସଂଜୁ ବେହେରା (୨୯)ଙ୍କୁ ଭାତ ବାଢିବା ପାଇଁ କହିଥିଲେ। ହେଲେ ବୋହୂ ଏଥିପ୍ରତି ଧ୍ୟାନ ଦେଇଥିଲେ। କିଛି ସମୟ ଅପେକ୍ଷା କରିବା ପରେ ବି ବୋହୂ ଭାତ ନବାଢ଼ିବାରୁ ପଦ୍ମଲୋଚନା ପାଟିତୁଣ୍ଡ କରିଥିଲେ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ସଂଜୁ ପାଖରେ ଥିବା ଏକ ଟାଙ୍ଗିଆରେ ଶ୍ବଶୁର ପଦ୍ମଲୋଚନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ପଦ୍ମଲୋଚନଙ୍କ ମୁଣ୍ତରେ ଆଘାତ ଲାଗିଛି। ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନାକୁ ଅଣାଯାଇ ଥିଲା। ଏହାକୁ ନେଇ ପଦ୍ମଲୋଚନଙ୍କ ସ୍ତ୍ରୀ ବାସନ୍ତୀ ରେଢ଼ାଖୋଲ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସଂଧାନ କରୁଛି।

ସମ୍ବନ୍ଧିତ ଖବର