ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ

ପୁରୀ: ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଶ୍ରୀ ମହାନ୍ତି ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ସେ ବଡ଼ଶଙ୍ଖ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରିବା ପରେ ଅସୁସ୍ଥତା ଅନୁଭବ କରିଥିଲେ। ଦେହ ହାତ ଥରିବା ଆରମ୍ଭ କରିଥିଲା। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୁରୀ ନଗର ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ର କହିଛନ୍ତି, ଶ୍ରୀ ମହାନ୍ତି ଅସୁସ୍ଥତା କାରଣରୁ ଡାକ୍ତରଖାନା ଆସିଥିଲେ। ଏବେ ସେ ଭଲ ଅଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ମହାନ୍ତି ପ୍ରତି ମାସେ କି ଦୁଇ ମାସରେ ଥରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥାନ୍ତି। ମାସେ ତଳେ ବି ଅସୁସ୍ଥତା କାରଣରୁ ସେ ଏହି ଡାକ୍ତରଖାନାରେ ଭର୍ତ୍ତି ହେବା ସହ କିଛିଦିନ ଧରି ଚିକିତ୍ସିତ ହୋଇଥିଲେ।

ସମ୍ବନ୍ଧିତ ଖବର