ଭିଜିଲାନ୍ସ ଜାଲରେ ସହକାରୀ ରାଜସ୍ୱ ନିରୀକ୍ଷକ, ମଧ୍ୟସ୍ଥି

ବଲାଙ୍ଗୀର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସଇନ୍ତଲା ତହସିଲରେ କାର୍ଯ୍ୟରତ ସହକାରୀ ରାଜସ୍ୱ ନିରୀକ୍ଷକ ରେଶ୍ମା ମାଝୀ ଓ ମଧ୍ୟସ୍ଥି ବାବୁଲାଲ ନନ୍ଦ। ଏକ ଜମିଜମା ମାମଲାରେ ଆର୍‌ଓଆର୍‌ ଦେବାପାଇଁ ବାସୁଦେବ ମହାରଣାଙ୍କଠାରୁ ସହକାରୀ ରାଜସ୍ୱ ନିରୀକ୍ଷକ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବାସୁଦେବ ଏ ସମ୍ପର୍କରେ ବଲାଙ୍ଗୀର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ବରଗଡ଼ ଓ ସମ୍ବଲପୁର ଟିମ୍‌ ସଇନ୍ତଲା ପହଞ୍ଚିଥିଲେ। ମଧ୍ୟସ୍ଥିଙ୍କ ଜରିଆରେ ଟଙ୍କା ନେବାବେଳେ ଉଭୟଙ୍କୁ ଧରିଥିଲେ। ସହକାରୀ ରାଜସ୍ୱ ନିରୀକ୍ଷକ ଓ ମଧ୍ୟସ୍ଥିଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗ ଅଭିଯୁକ୍ତଙ୍କ ପୈତୃକ ବାସଭବନ ଓ ଅଫିସ୍‌ରେ  ତନାଘନା ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର