ଆଇପିଏସ୍‌ ଲଲିତ ଦାସ ହେଲେ ରାଜ୍ୟ ପବ୍ଲିକେସନ୍ ନିର୍ଦ୍ଦେଶକ

ଭୁବନେଶ୍ବର : ଦୀର୍ଘ ୭ ମାସ ପରେ ରାଜ୍ୟ ସରକାର ୧୯୯୨ ବ୍ୟାଚ୍ ଓଡ଼ିଆ ଆଇପିଏସ୍ ଅଧିକାରୀ ଲଳିତ ଦାସଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି। କଟକସ୍ଥିତ ରାଜ୍ୟ ପ୍ରିଣ୍ଟିଂ,ଷ୍ଟେସନାରି ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ତାଙ୍କୁ ଦାୟିତ୍ବ ଦିଆଯାଇଛି। ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଗତ ଏପ୍ରିଲରେ ସରକାର ତାଙ୍କୁ ଅଚାନକ ଗୁଇନ୍ଦା ନିର୍ଦ୍ଦେଶକ ପଦରୁ ହଟାଇ ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦେଇଥିଲେ। ତେବେ ଗତ ୩୧ ତାରିଖରେ ଆଇପିଏସ୍‌ ବି.କେ ଶର୍ମା ଅବସର ନେବା ପରେ ଶ୍ରୀ ଦାସଙ୍କୁ ସେଠାରେ ନୂଆ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର