ଦେଢ଼ ବର୍ଷ ହେଲା ଲଛମାଙ୍କୁ ମିଳୁନାହୁଁ ଭତ୍ତା

ରାୟଗଡ଼ା: ରାୟଗଡ଼ା ବ୍ଲକ ଅନ୍ତର୍ଗତ ମାଲିଗାଁ ପଞ୍ଚାୟତର କୋତାଗୁଡ଼ା ଗ୍ରାମର ଜାମିଆ ପେଡ଼େନ୍ତି ଏବଂ ତାଂକ ପତ୍ନୀ ଲଛମା ପେଡ଼େନ୍ତିଙ୍କୁ ନିୟମିତ ଭତ୍ତା ମିଳୁଥିଲା। ଦୁହେଁ ବୁଦ୍ଧ ଓ ବୃଦ୍ଧା ଭତ୍ତା ଟଂକାରେ ଯେକୌଣସି ପ୍ରକାର ଚଳିଯାଉଥିଲେ। କିନ୍ତୁ ହଠାତ ଲଛମାଙ୍କର ଭତ୍ତା ଟଂକା ବନ୍ଦ ହୋଇଗଲା। ଲଛମାଙ୍କ ସ୍ବାମୀ ଏନେଇ ପଞ୍ଚାୟତର ସରପଞ୍ଚ ସମେତ ପିଇଓଙ୍କୁ ବାରମ୍ବାର ଭେଟି ଭତ୍ତା ଟଂକା ପାଇଁ ଦାବି କରିଆସୁଥିଲେ ମଧ୍ୟ କେହି ଶୁଣିନଥିଲେ। ଇତି ମଧ୍ୟରେ ଦେଢ଼ବର୍ଷ ବିତିଗଲାଣି। ଲଛମାର ଟଂକା କିଏ ନେଉଛି ବୋଲି ସ୍ବାମୀ ଜାମିଆ ପ୍ରଶ୍ନ କଲେ ମଧ୍ୟ ତାହାର ଉତ୍ତର କେହି ଦେଉନାହାନ୍ତି। ବାରମ୍ବାର ବିଡିଓଙ୍କ ନିକଟରେ ଫେରାଦ ହେବା ପରେ ମଧ୍ୟ ତାଂକୁ କେହି ସହଯୋଗ କରୁନଥିବା ମଙ୍ଗଳବାର କ୍ଷୋଭର ସହ ଦୁହେଁ ପ୍ରକାଶ କରିଥିଲେ।

ବିଡିଓଙ୍କ ନିକଟକୁ ଦୁହେଁ ବୃଦ୍ଧ ଓ ବୃଦ୍ଧା ଆସି ବହୁ ସମୟ ଜଗିବା ପରେ ମଙ୍ଗଳବାର ଛୁଟି ବୋଲି କେହି କହିବାରୁ ଖାଲି ହାତରେ ଘରକୁ ଫେରିଥିଲେ। ତେବେ ତାଂକର ଟଂକା କାହିଁକି ବନ୍ଦ ହେଲା ସେ ବୁଝିପାରୁନଥିବା ବେଳେ ହୁଏତ କିଏ ବାଟମାରଣା କରିଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି। ଏବେ ସରକାର ପୁଣି ୫୦୦ ଟଂକା ବର୍ଦ୍ଧିତ କରିଥିବାରୁ ସେହି ଟଂକା ମଧ୍ୟ ମାଗିବାରୁ ତାଂକ ଟଂକା ଆସିନାହିଁ ବୋଲି କହୁଥିବା ସେ କହିଛନ୍ତି। ପୂର୍ବରୁ ସେ କିପରି ଭତ୍ତା ଟଂକା ପାଉଥିଲେ ବୋଲି ପ୍ରଶ୍ନ କରିଛନ୍ତି।

ତେବେ କେଉଁ ଜାଗାରେ ଅସୁବିଧା ରହିଛି ତାଂକୁ ସଠିକ କୁହାଯାଉନଥିବା ସେ ଅଭିଯୋଗ କରିଥିଲେ। ଏବେ ଶେଷରେ ଜିଲ୍ଲାପାଳଙ୍କୁ ଭେଟି ନିଜର ଦୁଃଖ ଜଣାଇବେ ବୋଲି ଜାମିଆ ପ୍ରକାଶ କରିଛନ୍ତି। ସେହି ଟଂକାରେ ଦୁହେଁ କଷ୍ଟେମଷ୍ଟେ ଚଳୁଥିବାରୁ ଏବେ ଗୋଟିଏ ଭତ୍ତା ଟଂକାରେ କିପରି ଚଳିବେ ସେନେଇ ସେମାନେ ଚିନ୍ତାରେ ଥିବା କହିଥିଲେ। ତୁରନ୍ତ ଲଛମାଙ୍କୁ ତାଂକର ଦେଢ ବର୍ଷର ଭତ୍ତା ଟଂକା ସହ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର