ପଶ୍ଚିମ ରାଷ୍ଟ୍ରଙ୍କୁ ରୁଷ୍‌ର କଡ଼ା ଜବାବ: ଭାରତ ସହ ସଂପର୍କ ଆମ ଜାତୀୟ ଗୌରବର ବିଷୟ

ମସ୍କୋ: ଭାରତ-ରୁଷ୍‌ ସଂପର୍କ ନେଇ ପଶ୍ଚିମ ରାଷ୍ଟ୍ରମାନେ ଉଠାଉଥିବା ପ୍ରଶ୍ନର କଡ଼ା ଜବାବ ଦେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଚର୍ଚ୍ଚାରେ ଥିବା ବେଳେ ଆଜି ରୁଷ୍‌ ତାଙ୍କୁ ଭୂୟସୀ ପ୍ରଶଂସା କରିଛି। ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତ ମସ୍କୋ ସହ କାହିଁକି ମେଣ୍ଟ ଜାରି ରଖିଛି ବୋଲି ପ୍ରଶ୍ନ କରାଯିବାରୁ ଜୟଶଙ୍କର ୟୁରୋପୀୟ ନେତାମାନଙ୍କୁ କଡ଼ା ଜବାବ ଦେଇଥିଲେ ବୋଲି ରୁଷ୍‌ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ ମନେ ପକାଇଛନ୍ତି। ରୁଷିଆର ସୋଚିଠାରେ ବିଶ୍ୱ ଯୁବ ଫୋରମରେ ସେ କହିଛନ୍ତି ଯେ, ଭାରତ ସହ ସଂପର୍କ ଓ ବାଣିଜ୍ୟିକ କାରବାର ତାଙ୍କ ପାଇଁ ଜାତୀୟ ଗୌରବର ବିଷୟ।

ଲାଭରୋଭ କହିଛନ୍ତି, ମୋର ବନ୍ଧୁ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କର ଥରେ ଜାତିସଂଘରେ ଭାଷଣ ଦେଉଥିଲେ। ରୁଷ୍‌ଠାରୁ କାହିଁକି ଏତେ ତେଲ କିଣିବା ଆରମ୍ଭ କଲେ ବୋଲି ତାଙ୍କୁ ପଚରାଯାଇଥିଲା। ସେ ସେମାନଙ୍କୁ ନିଜ ବ୍ୟବସାୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ଏବଂ ସେହି ସମୟରେ ସେମାନଙ୍କୁ ମନେ ପକାଇ ଦେଇଥିଲେ ଯେ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷ୍‌ଠାରୁ କେତେ ତେଲ ଓ ଗ୍ୟାସ୍ କିଣୁଥିଲେ। ଫେବ୍ରୁଆରି ୨୦୨୨ରେ ୟୁକ୍ରେନ୍ ଆକ୍ରମଣ ପାଇଁ ମସ୍କୋ ଉପରେ ଲଗାଯାଇଥିବା ପାଶ୍ଚାତ୍ୟ କଟକଣାର ଫଳପ୍ରଦତା ପାଇଁ ରୁଷୀୟ ଅଶୋଧିତ ତୈଳ କ୍ରୟ କ୍ଷତିକାରକ ବୋଲି ଭାରତ ବିରୋଧରେ ୟୁରୋପରେ ସମାଲୋଚନା ଚାଲିଥିବା ବେଳେ ଲାଭରୋଭ ଏହି ବୟାନ ଦେଇଛନ୍ତି।

ସମ୍ବନ୍ଧିତ ଖବର