ବିଜୁବାବୁଙ୍କୁ ଭାରତ ରତ୍ନ ସମ୍ମାନ ଦାବି, ମୁକ୍ତିକାନ୍ତଙ୍କ ଦିଲ୍ଲୀ ପଦଯାତ୍ରା

ରାଉରକେଲା: ଉପେକ୍ଷିତ ସହିଦଙ୍କୁ ଉଚିତ ରାଷ୍ଟ୍ରୀୟ ସମ୍ମାନ ଓ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ସମ୍ମାନ ଦାବିରେ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ଦିଲ୍ଲୀ ପଦଯାତ୍ରା କରିଛନ୍ତି। ସେ ସେକ୍ଟର-୨ସ୍ଥ ବିଜୁ ପଟ୍ଟନାୟକ ଛକରୁ ସୁସଜ୍ଜିତ ବିପ୍ଳବୀ ବୀରଙ୍କ ପ୍ରତିମାଙ୍କୁ ଧରି ଦିଲ୍ଲୀ ବାହାରିଛନ୍ତି। ଦୀର୍ଘ ୧୫୦୦ କିମିର ପଦଯାତ୍ରା ଓ ୩ ମାସ ( ରାଉରକେଲା, ବୀରମିତ୍ରପୁର, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହରିଆନା ଏବଂ ଦିଲ୍ଲୀ)ରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି।

ସହିଦ ବିପ୍ଳବୀ ବୀର ଭଗତ ସିଂ, ରାଜଗୁରୁ, ଶୁକଦେବ, ଚନ୍ଦ୍ରଶେଖର ଆଜାଦ, ଆସ୍‌ପାକ୍‌ ଉଲ୍ଲା ଖାନ୍‌, ବାଜି ରାଉତ, ଖୁଦିରାମ ବୋଷ ପ୍ରମୁଖଙ୍କୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ନାୟକ ରୂପେ ଘୋଷଣା କରିବା। ଆମ୍‌କୋ-ସିମ୍‌କୋକୁ ଜାତୀୟ ସହିଦ ସ୍ମୃତି ପୀଠରୂପେ ଘୋଷଣା କରିବା। ପାଇକ୍‌ ବିଦ୍ରୋହକୁ ସ୍ବାଧୀନତା ଲଢ଼େଇର ପ୍ରଥମ ସଂଗ୍ରାମ ଲଢ଼େଇ ରୂପେ ଘୋଷଣା କରିବାକୁ ଦାବି କରିଛନ୍ତି। ଆଜି ତାଙ୍କ ପଦଯାତ୍ରାକୁ ବିଭିନ୍ନ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମୁକ୍ତିକାନ୍ତ ରାଉରକେଲାର ବିଭିନ୍ନ ସମସ୍ୟାକୁ ନେଇ ମୁକ୍ତିକାନ୍ତ ୨ଥର ଦିଲ୍ଲୀ ପଦଯାତ୍ରା କରିଥିଲେ। ଥରେ ସାଇକଲ ଯାତ୍ର, ସୀମା ବିବାଦକୁ ନେଇ ଥରେ ଆନ୍ଧ୍ରପ୍ରଦେଶ ପଦଯାତ୍ରା ଓ ୨ଥର ଭୁବନେଶ୍ବର ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର