ବଡ଼ ଲୁଟେରା ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଧରିଲା କମିସନରେଟ ପୁଲିସ: ୨ ଲକ୍ଷ ଟଙ୍କା ଏବଂ ଗାଡ଼ି ଜବତ

ଭୁବନେଶ୍ବର: ଗୁଜରାଟ, ଓଡ଼ିଶା, ୟୁପି, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଅଞ୍ଚଳରେ ଆପର୍ଟମେଣ୍ଟ ଲୁଟ କରି ଆତଙ୍କ ଖେଳାଇଥିବା ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିସନରେଟ ପୁଲିସI ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସେମାନଙ୍କଠାରୁ ନଗଦ ୨ ଲକ୍ଷ ଟଙ୍କା, ମୋବାଇଲ ଫୋନ ଏବଂ ଅପରାଧରେ ବ୍ୟବହୃତ ଗାଡ଼ି ଜବତ କରାଯାଇଛି।

ଡିସିପିଙ୍କ କହିବା ଅନୁଯାୟୀ, ଗତ ବର୍ଷ  ଡିସେମ୍ବର୨୩ ତାରିଖରେ ନିରୁପମା ଆପର୍ଟମେଣ୍ଟରେ ଲୁଟ କରି ଚମ୍ପଟ ମାରିଥିଲେ ଏହି ଗ୍ୟାଙ୍ଗ। ୧୩ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ ଏହି ଗ୍ୟାଙ୍ଗI ଏମାନେ ରାଜ୍ୟ ବାହାରୁ ଆସି ଏଠାରେ ଲୁଟ କରୁଥିଲେI ଗ୍ୟାଙ୍ଗ ସବୁ ରାଜ୍ୟରୁ ବୁଲିବୁଲି ଲୁଟୁଛନ୍ତିI ଗ୍ୟାଙ୍ଗ ସିକ୍ୟୁରିଟି କମ ଥିବା ଆପର୍ଟମେଣ୍ଟକୁ ଟାର୍ଗେଟ କରୁଛନ୍ତିI ଲୁହା ଗ୍ରିଲ ବା ବାହାରୁ ତାଲା ପଡୁଥିବା ଘରକୁ ଟାର୍ଗେଟ କରନ୍ତିI ମାତ୍ର ୧୦ ମିନିଟରେ ଘର ଖାଲି କରି ଦିଅନ୍ତି ଏମାନେI ମୁଖ୍ୟ ଦ୍ୱାରକୁ ଭାଙ୍ଗି ଲୁଟୁଛନ୍ତିI ଏହା ଏକ ବଡ଼ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗରେ ୨୦ଜଣ ସଦସ୍ୟ ଅଛନ୍ତି। ଗୁଜୁରାଟର ଦିନେଶ କୁମାର ସାହା ଏବଂ ହରିୟାଣାର ପବନ କୁମାର ଗାଡ଼ିରେ ଆସି ଲୁଟ କରି ଫେରାର ହୋଇଯାନ୍ତି I ପୂର୍ବରୁ ଏମାନେ ଗୁଜୁରାଟରେ ଧରା ପଡ଼ିଥିଲେI ଜେଲରେ ଅନ୍ୟ ରାଜ୍ୟର ଚୋରଙ୍କ ସହ ମିଶି ଗ୍ୟାଙ୍ଗ ତିଆରି କରିଥିଲେI ସୋ ରୁମରୁ ନୂଆ ଗାଡ଼ି କିଣି କ୍ରାଇମ କରି ଫେରାର ହୋଇଯାନ୍ତି ଏମାନେ। ଏମାନଙ୍କ ଅପରାଧିକ ତାଲିକା ପ୍ରସ୍ତୁତ ପାଇଁ ସାରା ଭାରତର ପୁଲିସ ସହ ଯୋଗାଯୋଗରେ ରହିଛି କମିସନରେଟ ପୁଲିସI

ଏହି ଗ୍ରୁପର ଅନ୍ୟ ସଦସ୍ୟ ଏବେବି ଫେରାର। ମହାରାଷ୍ଟ୍ର , ପୁନେ, ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଗୁଜୁରାଟରେ ଏମାନଙ୍କ ନାଁରେ ମାଳମାଳ ମାମଲା ରହିଛି। କ୍ରାଇମସିନକୁ ଯାନ୍ତି – ୪ରୁ ୫ଜଣ ସଦସ୍ୟ। ଜଣେ ଡ୍ରାଇଭର, ଅନ୍ୟଜଣେ ବ୍ୟକ୍ତି ଗାଡ଼ିରେ ରହୁଥିବା ବେଳେ ଅନ୍ୟ ତିନିଜଣ ଆପର୍ଟମେଣ୍ଟକୁ ପଶି ଲୁଟନ୍ତିI

ସମ୍ବନ୍ଧିତ ଖବର