ଫାଇନ କାଟିବା ବଦଳରେ ପୁଲିସ ବାଣ୍ଟିଲା ମାଗଣା ହେଲମେଟ !

ରାପିଡୋ ଟାକ୍ସି ଆପ୍ ତରଫରୁ ଲୋକଙ୍କୁ କରାଗଲା ସଚେତନ

ଭୁବନେଶ୍ୱର : ବିନା ହେଲମେଣ୍ଟରେ ବାଇକ୍‌ ଚଳାଉଥିବା ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୁଲିସ ବାଣ୍ଟିଲା ହେଲମେଟ। ଏଭଳି ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆଜି ରାଜଧାନୀରେ ଦେଖିବାକୁ ମିଳିଛି। ମାଗଣାରେ ଖୋଦ ପୁଲିସ କମିଶନର ଏଜି ଛକରେ ଲୋକଙ୍କୁ ହେଲମେଟ ବାଣ୍ଟୁଥିବାର ଦେଖିବାକୁ ମିଳିଛି।

ଆଜି ଲୋକଙ୍କୁ ପୁଲିସ ବାଣ୍ଟିଲା ହେଲାମେଟ । ଫାଇନ କାଟିବା ବଦଳରେ ମାଗଣାରେ ଖୋଦ ପୁଲିସ କମିଶନର ଲୋକଙ୍କୁ ହେଲମେଟ ବାଣ୍ଟିଥିବା ନଜର ଆସିଛନ୍ତି। ମାଗଣା ହେଲମେଟ ନେବାକୁ ବେଶ ଭିଡ ମଧ୍ୟ ଜମିଥିଲା । ତେବେ ବିନା ହେଲମେଟରେ ଘରୁ ବାହାରିଲେ ଆପଣ ପୁଲିସ ହାତରେ ଧରା ପଡିଥିବେ ନିଶ୍ଚୟ । ଫାଇନ ବାବଦରେ ୫ଶହରୁ ୧ହଜାର ଟଙ୍କା ଗଣିବି ଥିବେ । ବେଳେ ବେଳେ ଫାଇନ ନଦେଇପାରି ଘଣ୍ଟା ଘଣ୍ଟା ହଇରାଣ ହୋଇଥିବେ । କିନ୍ତୁ ଆଜି ଯେଉଁ ମାନଙ୍କର ହେଲମେଟ ନାହିଁ ସେମାନଙ୍କୁ ପୁଲିସ ପାଖରେ ଫାଇନ ଗଣିବାକୁ ପଡିନି । ବରଂ ପୁଲିସ ନିଜେ ମାଗଣାରେ ହେଲମେଟ ଦେଇଛି । ନୁଆ ହେଲମେଟ ପାଇ କି ବେଶ୍ ଖୁସି ଅଛନ୍ତି ଲୋକେ ।

ମିଳିଥିବା ସୂଚନା ଅନୁସାରେ, ରାପିଡୋ ଟାକ୍ସି ଆପ୍ ତରଫରୁ ଏକ ସଚେତନ କାର୍ଯ୍ୟକ୍ରମ କରାଯାଇ ପାଖାପାଖି ୨୦୦ ଶହରୁ ଅଧିକ ହେଲମେଟ ବାଟିଂବା ପାଇଁ କମିଶନରେଟ ପୁଲିସକୁ ଦିଆଯାଇଥିବା ବେଳେ, ଏଜି ଛକ ଠାରେ ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ଖୋଦ ନିଜେ ରହି ହେଲମେଟ ନପିନ୍ଦି କି ଆସୁଥିବା ଲୋକଙ୍କୁ ଅଟକାଇ ଫାଇନ ନକାଟି ହେଲମେଟ ପିନ୍ଧାଇଥିଲେ । କିଛି ସମୟ ଭିତରେ ହେଲମେଟ ନେବା ପାଇଁ ଜୋର ଦାର ଭିଡ ବି ଜମିଥିଲା । ସେପଟେ ରାପିଡୋ ଟ୍ୟାକ୍ସି ଆପ୍‌ର କର୍ତୁପକ୍ଷ ବି କହିଛନ୍ତି, ଆଗାମୀ ଦିନରେ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏମିତି ସଚେତନ କାର୍ଯ୍ୟକ୍ରମ କରାଯିବ । ତେବେ ଏଥିସବୁ ମଧ୍ୟରେ ପୁଲିସ ପଷରୁ ହୋଇଥିବା ଏହି ସଚେତନ କାର୍ଯ୍ୟକ୍ରମ କେତେ ପ୍ରଭାବିତ କରିବ ଲୋକଙ୍କୁ ତାହା ଦେଖିବାକୁ ରହିଲା ।

ସମ୍ବନ୍ଧିତ ଖବର