ନୂଆ ରୂପରେ ବଜାରକୁ ପ୍ରବେଶ କଲା ବଜାଜ ପଲସର!

ଯୁବପୀଢ଼ିଙ୍କ ପସନ୍ଦକୁ ନଜରରେ ରଖି ବାଇକ୍‌ କମ୍ପାନୀମାନେ ଦିନକୁ ଦିନ ନୂଆ ନୂଆ ବାଇକ୍‌ମାନ ନିର୍ମାଣ କରୁଛନ୍ତି। ଯାହା ଯୁବପିଢ଼ୀଙ୍କୁ ଆକର୍ଷିତ କରିବା ସହ ଦେଶରେ ବାଇକ୍‌ ବିକ୍ରି ବୃଦ୍ଧି ପାଇବାରେ ଲାଗିଛି। ଏହିସବୁ କମ୍ପାନୀଗୁଡ଼ିକ ମଧ୍ୟରେ ବଜାଜ କମ୍ପାନୀ ଅନ୍ୟତମ। ବଜାଜ କମ୍ପାନୀର ପଲସର ବାଇକ୍‌କୁ ଲୋକମାନେ ଅଧିକ ପସନ୍ଦ କରୁଥିବାରୁ ଏବେ କମ୍ପାନୀ ନୂଆ ରୂପରେ ଏହି ବାଇକକୁ ବଜାରକୁ ଛାଡ଼ିଛି। ଯାହା ନୂଆ ରଙ୍ଗ ଏବଂ ଫିଚର୍ସ ନେଇ ଭାରତୀୟ ବଜାରରେ ପ୍ରବେଶ କରିଛି। ତେବେ ଆସନ୍ତୁ ଜାଣିବା ଏହି ବାଇକରେ କଣ କଣ ପରିବର୍ତ୍ତନ କରାଯାଇଛି ଏବଂ କଣ ଏହାର ଫିଚର୍ସ ରହିଛି ।

ବଜାଜ ପଲସର୍ ଏବେ ନୂଆ ଅବତାରରେ ଦେଖିବାକୁ ମିଳିବ । ବର୍ଷ ବର୍ଷ ଧରି ଲୋକଙ୍କ ମଧ୍ୟରେ ପଲସରର ଚାହିଦା ବେଶ୍ ଦେଖିବାକୁ ମିଳିଛି। ଖାସ କରି ଯୁବପୀଢିମାନେ ପଲସରକୁ ବେଶି ପସନ୍ଦ କରିଥାନ୍ତି । ପୂର୍ବରୁ ମଧ୍ୟ ପଲସରର ଷ୍ଟାଇଲକୁ ପରିବର୍ତ୍ତନ କରାଇ ଭିନ୍ନ ଭିନ୍ନ ରୂପ ଦିଆଯାଇଛି । ପ୍ରତିବର୍ଷ ଭଳି ଆସନ୍ତା ୨୦୧୯ରେ ମଧ୍ୟ ପଲସରକୁ ଏକ ଭିନ୍ନ ରୂପ ଦେଇ ବଜାରକୁ ଲଞ୍ଚ କରାଯିବାର ବ୍ୟବସ୍ଥା କରାଯାଉଛି ।

ନୂଆ ପଲସର୍ ୧୫୦ କଲେକ୍ସନକୁ ନୂଆ କଲର୍ସ ଏବଂ ଗ୍ରାଫିକ୍ସ ସହ ବଜାରକୁ ଲଞ୍ଚ କରାଯାଇଛି । କେବଳ କଲର ନୁହେଁ ଏଥିରେ ଶକ୍ତିଶାଳି ବ୍ରେକ ମଧ୍ୟ ଲଗାଯାଇଛି । ଗାଡିର କଲର କଳା ରଙ୍ଗ ରହିବା ସହ କିଛି କିଛି ଅଂଶରେ ଯେପରିକି ଚକ, ଗାଡିରେ ଲେଖାଯାଇଥିବା ନାଁ ଏବଂ ଅନ୍ୟ କେତେକ ସ୍ଥାନରେ ନାଲି, ସିଲଭର୍ ଏବଂ ହଳଦିଆ ରଙ୍ଗ ସାମିଲ ରହିବ । ଯଦି ଆମେ ଗାଡିର ମେକାନିକାଲ ଫିଚର୍ସ କଥା ନଜର କରିବା ତେବେ ପୂର୍ବ ବାଇକରେ ଯେଉଁସବୁ ଫିଚର୍ସ ରହିଥିଲା ଏହି ନୂଆ ବାଇକରେ ମଧ୍ୟ ସମାନ ଫିଚର୍ସ ରହିଛି । ଏଥିରେ ୧୪୯ ସିସି, ସିଙ୍ଗଲ ସିଲିଣ୍ଡର ଡିଟିଏସ-ଆଇ ଇଂଜିନ, ୫-ସ୍ପିଡ ଗିୟର ବକ୍ସ ଏବଂ ୩୪୦ଏମଏମ ର ଡିସ ବ୍ରେକ୍ ରହିଛି କିନ୍ତୁ କମ୍ପାନୀ ଏଯାଏ ଏହି ବାଇକରେ ଏବିଏସର ସୁବିଧା ଦେଇନାହିଁ ।

ସମ୍ବନ୍ଧିତ ଖବର