ରାଇରଙ୍ଗପୁରରେ ବିଶାଳ ଟୁସୁମେଳା ଅନୁଷ୍ଠିତ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ସବୁଠାରୁ ଆକର୍ଷଣୀୟ ରାଇରଙ୍ଗପୁର ବ୍ଲକ୍ ପଡ଼ିଆଠାରେ ବାମନଘାଟୀ ଯୁବକ ସଂଘ ପକ୍ଷରୁ ୧୯ତମ ବିଶାଳ ଟୁସୁମେଳା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ବିଭିନ୍ନ ଅଂଚଳରୁ ଇଙ୍ଗ ଓ ଛୋଟ ଟୁସୁ ମୋଟ ୧୬ ଗୋଟି ଟୁସୁଦଳ ଅଂଶ ଗ୍ରହଣ କରିଥିଲେ। ବଡଟୁସୁରେ ପ୍ରଥମ ପୁରସ୍କାର ତିଖିଆ ଦଳକୁ ୨୦ ହଜାର ଟଙ୍କା, ଦ୍ୱିତୀୟ ସିଙ୍ଗାରପୁର(ଯଶିପୁର) ଦଳକୁ ୧୫ ହଜାର ଟଙ୍କା, ତୃତୀୟ ପୁରସ୍କାର ମହୁଲବରେହି ଦଳକୁ ୧୦ ହଜାର ଏବଂ ଛୋଟ ଟୁସୁରୁ ପ୍ରଥମ ପୁରସ୍କାର ପକାମୁଣ୍ଡା(କରଂଜିଆ) ଦଳକୁ ୬ ହଜାର ଟଙ୍କା, ଦ୍ୱିତୀୟ ବଡଡାଳିମା ଦଳକୁ ୪ ହଜାର ଟଙ୍କା, ତୃତୀୟ ରେଙ୍ଗାଳବେଡା ଦଳକୁ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଟୁସୁ ଦଳକୁ ସ୍ୱାନ୍ତନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।

ଟୁସୁ କମିଟିର ଆବାହକ ତଥା ରାଇରଙ୍ଗପୁର ପୌରପରିଷଦର ଅଧକ୍ଷ ଅଭିଷେକ ପଟ୍ଟନାୟକଙ୍କ ନେତୃତ୍ବରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ମରୋଡ଼ା ବିଧାୟକ ରାଜକିଶୋର ଦାସ ଯୋଗଦେଇ ବିଜେତା ଟୁସୁ ଦଳକୁ ପୁରସ୍କୃତ କରିଥିଲେ। ଉକ୍ତ ମେଳାକୁ କମିଟିର ସଭାପତି ଅଶୋକ ଦାସ, ଉପସଭାପତି ବିଜୟ ମହାନ୍ତ(ଗୁନୁ), ସମ୍ପାଦକ ସୁଧାଂଶୁ ଶେଖର ବେହେରା, ସହ ସମ୍ପାଦକ ରବିନାରାୟଣ ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ସଦସ୍ୟ ସୁଶାନ୍ତ ବାରିକ, ବାବୁଲାଲ ରାଉତ, ଦିଲ୍ଲୀପ ବିନ୍ଧାଣୀ, ମମତା ନାଏକ, କୁନାଲ ସୋରେନ୍, ବିଶ୍ୱଜିତ୍ ବେହେରା, ମୃତ୍ୟୁଞ୍ଜୟ ଡାଙ୍ଗୁଆ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ। ଭାଷ୍ୟକାର ଭାବେ ମନମହୋନ ପରମାଣିକ ମେଳାକୁ ପରିଚାଳନା କରିଥିବା ବେଳେ ଜଜ୍ ଭାବେ ଧର୍ମପଦ ମହାନ୍ତ, ଶରତ ମହାନ୍ତ, ବନମାଳୀ ମହାନ୍ତ, ସ୍ୱରୂପ ମହାନ୍ତ ପ୍ରମୁଖ ବିଜେତା ଟୁସୁକୁ ଚୟନ କରିଥିଲେ।

ସମ୍ବନ୍ଧିତ ଖବର