ବିଜୁସେତୁ ଯୋଜନାରେ ସୁଉଚ୍ଚ ‌ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି

ଘୁ.ଉଦୟଗିରି: ସ୍ଥାନୀୟ ବ୍ଳକ ଅନ୍ତର୍ଗତ ରାଇକଲା ଗ୍ରାମ ପଞ୍ଚାୟତ ଅଧୀନ ଡାକପଲା ଗ୍ରାମକୁ ସଂଯୋଗ କରୁଥିବା ତଗାଜଡି ନାମକ ନଦୀରେ ବିଜୁ ସେତୁ ଯୋଜନା ମାଧ୍ୟମରେ ସୁଉଚ୍ଚ ସେତୁ ନିର୍ମାଣ ପ୍ରକଳ୍ପର ମାନ୍ୟବର ଉପବାଚସ୍ପତି ସାଲୁଗା ପ୍ରଧାନ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ, ସ୍ଥାନୀୟ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କ୍ଲେଶ ପ୍ରଧାନ, ବ୍ଳକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲୀପ କହଁର, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ଦାରିଙ୍ଗିବାଡି ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ, ବିଧାୟକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ବ୍ଲକ କାର୍ଯ୍ୟକାରି ସଭାପତି ଉଦୟନାଥ ନାୟକ ଉପସ୍ଥିତି ରହିଥିଲେ।

୫-ଟି ସଚିବ ଭି କେ ପାଣ୍ଡିଆନ୍‌ଙ୍କ କନ୍ଧମାଳ ଗସ୍ତ ସମୟରେ ଘୁ. ଉଦୟଗିରି ଠାରେ ଗ୍ରାମବାସୀଙ୍କ ତରଫରୁ ଉକ୍ତ ନଦୀ ଠାରେ ଏକ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା। ଗ୍ରାମବାସୀଙ୍କ ଆବଶ୍ୟକତା କୁ ହୃଦବୋଧ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ସେତୁ ଯୋଜନା ମାଧ୍ୟମରେ ଉକ୍ତ ପ୍ରକଳ୍ପ ନିମନ୍ତେ ୩ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନଜାତିଙ୍କ ସାମୁହିକ ବିକାଶ ପ୍ରତି କରୁଥିବା ପ୍ରୟାସକୁ ଜନସାଧାରଣ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର