ଦିବଙ୍ଗତ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାୟଗଡ଼ା: ରାୟଗଡା ଜିଲ୍ଳାର ନିୟୁଜ୍ ୧୮ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ଗଜମୋହନ ଗରଡିଆଙ୍କ ଅକାଳ ବିୟୋଗରେ ସମସ୍ତେ ମର୍ମାହତ।ତାଂକର ଅମର ଆତ୍ମାର ସଦଗତି କାମନା କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଳା ସଂସ୍କୃତି ଭବନ ସମ୍ମିଳନୀ କକ୍ଷ ଠାରେ ଶନିବାର ଏକ ଶ୍ରଦ୍ଧାଂଜଳି ସଭା ଆୟୋଜିତ ହୋଇଯାଇଛି। ଏଥିରେ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂ, ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁପ୍ରସାଦ ପାତ୍ର, ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ଜଳ ବିଭାଜିକା ମିସନ ପ୍ରକଳ୍ପ ନିର୍ଦ୍ଦେଶକ ଡଃ.ଦୟାନିଧି ବାଗ୍ ଭଳି ପ୍ରଶାସନିକ ଅଧିକାରୀଙ୍କ ସମେତ ପୂର୍ବତନ ମନ୍ତୀ ଲାଲବିହାରୀ ହିମିରିକା, ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ଜିଲ୍ଳା ବିଜେଡି ମହିଳା ସଭାନେତ୍ରୀ ଶର୍ମିତା ପାଢୀ, ସୁଜାତା ପାଳଙ୍କ ସମେତ ଉତ୍କଳ ଆଲୁମିନା ଲୋକ ସଂପର୍କ ଅଧିକାରୀ ତନ୍ମୟ ମହାନ୍ତି, ଥେରୁବାଲି ଇମ୍ଫା କାରଖାନା ଲୋକ ସଂପର୍କ ଅଧିକାରୀ ଶକ୍ତିପ୍ରସାଦ ପାଣିଗ୍ରାହୀ, ଜେକେ କାଗଜ କଳ ଲୋକ ସଂପର୍କ ଅଧିକାରୀ ମିଲନ କୁମାର ଲେଙ୍କା, ହରିହର ଖମାରୀ, ଶିକ୍ଷାବିତ୍ ଡ.ଦୁଷ୍ମନ୍ତ କୁମାର ମହାନ୍ତି, ଭୁବନେଶ୍ୱରର ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଦିବଙ୍ଗତ ସାମ୍ବାଦିକ ଗଜମୋହନ ଗରଡିଆଙ୍କ ଫଟୋ ଚିତ୍ରରେ ପୁଷ୍ପ ଦେଇ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।

ସ୍ୱର୍ଗତ ଗଜମୋହନ ଗରଡିଆଙ୍କ ୩୬ବର୍ଷ ବୟସରେ ହୃଦଘାତରେ ଅକାଳ ବିୟୋଗ ହୋଇଥିବା ବେଳେ ତାଙ୍କର ପତ୍ନୀ ଓ ୩ଟି ସନ୍ତାନ ରହିଛନ୍ତି। ପ୍ରଶାସନିକ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ତାଙ୍କ ପରିବାର ପ୍ରତି ଯଥାସମ୍ଭବ ସହାୟତା ପ୍ରଦାନ ନିମନ୍ତେ ପ୍ରଶାସନ ସାହାର୍ଯ୍ୟ କରିବ ବୋଲି ଉଭୟ ଜିଲ୍ଳାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ପ୍ରତିଶୃତି ଦେଇ ଦିବଙ୍ଗତ ସାମ୍ବାଦିକ ଗଜମୋହନ ନିଜର ନିରପେକ୍ଷ, ସାହସ ଓ ସତ୍ୟ ଖବର ପରିବେଷଣ କରି ଅନେକ ସମୟରେ ଜିଲ୍ଳାର ବିକାଶ କ୍ଷେତ୍ରରେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆର୍କଷଣ କରିଥିଲେ ବୋଲି ପ୍ରକାଶ କରିଥିଲେ।ସେହିପରି ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ରାଓ ମଧ୍ୟ ନିଜ ତରଫରୁ ଗଜମୋହନଙ୍କ ପରିବାରଙ୍କୁ ସହାୟତା ପାଇଁ ପ୍ରତିଶୃତି ଦେଇଥିଲେ।

ରାୟଗଡା ଜିଲ୍ଳାର କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ରଂଜନ ରଥ, ଅମୂଲ୍ୟ ରତ୍ନ ସାହୁ, ବାଦଲ କୁମାର, ଗୋପ ରଂଜନ ବକ୍ସିପାତ୍ର, ନିରଂଜନ ପାଳ, ସ୍ମୃତିରଂଜନ ମହାନ୍ତି, ରବୀନ୍ଦ୍ର ପାଟଖଣ୍ଡଳ, ଅଜୟ କୁମାର ରଥ, ବି.ଭି.ରାମଣା, ବି.ଏଚ.ନାଗରାଜୁ, ଶିବ ନାରାୟଣ ଗଉଡ, ଅମଜଦ୍ ଅଲ୍ଳି, ବିଜୟ କୁମାର ମହାରଣା, ସୁରେଶ ଚନ୍ଦ୍ର ଦାଶ, ଶିବାଜୀ ଦାସ, ରଶ୍ମିରଂଜନ ଦୋରା, ମୃତ୍ୟୁଂଜୟ ନନ୍ଦ, ମାଉଡି ବାରିକ, ତୁଷାର ରଂଜନ ସାହୁ, ସନ୍ତୋଷ କୁମାର ମହାନ୍ତି, ଦୁର୍ଗା ପ୍ରସାଦ ପାଢ଼ୀ, ବିଜୟ କୁମାର ଦାସଙ୍କ ସମେତ ଅନ୍ୟ କାର୍ଯ୍ୟରତ ସାମ୍ବାଦିକମାନେ ଯୋଗ ଦେଇ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ଜିଲ୍ଳାରେ ଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ତରଫରୁ ମଧ୍ୟ ସ୍ୱର୍ଗତ ସାମ୍ବାଦିକ ଗଜମୋହନଙ୍କ ପରିବାରଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସାମ୍ବାଦିକମାନେ ଅନୁରୋଧ କରିଥିବା ବେଳେ ସଂପୃକ୍ତ ଅଧିକାରୀମାନେ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର