ବଜ୍ରପାତରେ ଗୁରୁତର ମହିଳାଙ୍କ ମୃତ୍ୟୁ

ବୈପାରିଗୁଡା: ଗତ ସୋମବାର ଦିନ ବଜ୍ରାଘାତରେ ଆହତ ଗୁରୁତର ହୋଇଥିବା ମହିଳାଙ୍କର କୋରାପୁଟ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ପ୍ରକାଶ ଥାଉ କି, ଗତ ସୋମବାର ଦିନ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେତୁ ବୈପାରିଗୁଡା ବ୍ଲକର ଦଣ୍ଡାବାଡି ଠାରେ ସନାଦେଇ ଖିଲ ଗୁରୁତର ଭାବେ ଆହତ ହୋଇଥିଲେ। ସନାଦେଇ ବାହାର ଅଗଣାରେ ଶୁଖା ଯାଇଥିବା ଲୁଗା ସବୁକୁ ଗୋଟେଇ ନେବା ସହ ଖେଳିବାକୁ ଯାଇଥିବା ନିଜ ପୁଅକୁ ଅପେକ୍ଷା କରିଥିଲେ। ସେତେବେଳକୁ ପ୍ରବଳ ବର୍ଷା ସହ ବଜ୍ରପାତ ହେବା ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କର ଡାହାଣ ହାତ ଏବଂ ଛାତିରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଚିକିତ୍ସା ପାଇଁ ବୈପାରିଗୁଡା ଡାକ୍ତରଖାନାକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସନାଦେଇଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ କୋରାପୁଟ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର