ଟାଇମ୍ ପତ୍ରିକାର ୧୦୦ ନେକ୍ସଟ୍ ତାଲିକାରେ ଭାରତରୁ କେବଳ ଆକାଶ ଅମ୍ବାନି

ମୁମ୍ବାଇ : ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ତଥା ଭାରତର ସର୍ବବୃହତ ଟେଲିକମ୍ କମ୍ପାନି ଜିଓର ମୁଖ୍ୟ ଆକାଶ ଅମ୍ବାନୀଙ୍କୁ ଟାଇମ୍ ୧୦୦ ନେକ୍ସଟ ତାଲିକାରେ ସ୍ଥାନିତ କରିଛି । ବିଶ୍ବର ଉଦୀୟମାନ ତାରକାମାନଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ସେ ଏକମାତ୍ର ଭାରତୀୟଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

ତେବେ ଏହି ତାଲିକାରେ ଆଉ ଜଣେ ଭାରତୀୟ ଜନ୍ମିତ ଆମେରିକୀୟ ଉଦ୍ୟୋଗୀ ସ୍ଥାନ ପାଇଛନ୍ତି । ସେ ହେଉଛନ୍ତି  ଅମ୍ରପାଲି ଗନ ।

ଆକାଶଙ୍କ ବିଷୟରେ ଟାଇମ ପତ୍ରିକା ଲେଖିଛି, “ଭାରତର ପ୍ରମୁଖ ଶିଳ୍ପପତି ପରିବାରର ଦାୟାଦଭାବେ ସେ ଆହୁରି ଆଗକୁ ବଢିବା ଆଶା କରାଯାଉଛି । କିନ୍ତୁ ସେ କଠିନ ପରିଶ୍ରମ ମଧ୍ୟ କରିଚାଲିଛନ୍ତି ।

୩୦ ବର୍ଷୀୟ ଆକାଶଙ୍କୁ ଗତ ଜୁନ୍ ମାସରେ ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ଜିଓର ମୁଖ୍ୟ ଭାବେ ପଦୋନ୍ନତି ଦିଆଯାଇଥିଲା । ଗୁଗୁଲ ଏବଂ ଫେସବୁକରୁ ମଲ୍ଟିବିଲିୟନ ଡଲାରର ନିବେଶ ଆଣିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଅନ୍ୟପକ୍ଷରେ ଆମ୍ରପାଲି ଗନ ହେଉଛନ୍ତି ଭାରତ ଜନ୍ମିତ ଜଣେ ଆମେରିକୀୟ ଉଦ୍ୟୋଗୀ । ସେ ଏବେ ଓନଲି ଫ୍ୟାନ୍ସର ସିଇଓ ଅଛନ୍ତି । ଗତ ଡିସେମ୍ବର ମାସରେ ସେ ଏହି କମ୍ପାନିର ସିଇଓ ପଦ ଗ୍ରହଣ କରିଥିଲେ । ଓନଲି ଫ୍ୟାନ୍ସ  ଏକ ଆଡଲ୍ଟ କଣ୍ଟେଣ୍ଟ ସାଇଟ୍ ।

 

ସମ୍ବନ୍ଧିତ ଖବର