ଏଣିକି ଆନ୍‌ଡ୍ରଏଡ୍‌ ବ୍ୟବହାରକାରୀ ହ୍ଵାଟ୍‌ସଆପ୍‌ରେ ଡିଲିଟ୍‌ ହୋଇଥିବା ଫାଇଲ୍‌କୁ ପୁନର୍ବାର ପାଇପାରିବେ

ନୂଆଦିଲୀ: ଇନଷ୍ଟାଣ୍ଟ୍‌ ମେସେଜିଂ ଆପ୍‌ ହ୍ଵାଟ୍‌ସଆପ୍‌ ଏବେ ଆନ୍‌ଡ୍ରୋଏଡ୍‌ ସେଟ୍‌ ପାଇଁ ଏକ ନୂଆ ଫିଚର ବାହାର କରିଛି। ଏହି ନୂଆ ଫିଚର୍‌ ସହାୟତାରେ ବ୍ୟବହାରକାରୀ ଡିଲିଟ୍‌ ହୋଇଯାଇଥିବା ମିଡିଆ ଫାଇଲ୍‌କୁ ପୁଣି ଥରେ ଡାଉନ୍‌ଲୋଡ କରିପାରିବେ।

ପୂର୍ବରୁ ବ୍ୟବହାରକାରୀ ଏହି ସୁବିଧା ପାଇପାରୁନଥିଲେ। ହ୍ଵାଟ୍‌ସଆପ୍‌ରୁ କୌଣସି ମିଡିଆ ଫାଇଲ୍‌ ଡିଲିଟ୍‌ ହୋଇଗଲେ ତାହାକୁ ଆଉ ଥରେ ପାଇବା ସମ୍ଭବପର ହୋଇ ପାରୁନଥିଲା। ଏବେ ଯେଉଁ ନୂଆ ଫିଚର୍‌ ଆସିଛି ତା’ ଜରିଆରେ ଫଟୋ, ଭିଡିଓ ଏବଂ ଜିଆଇଏଫ୍‌ ଆଦି ଡିଲିଟ୍‌ ହୋଇଥିଲେ ତାହାକୁ ପୁଣି ଥରେ ପାଇହେବ।

ଏ ସଂପର୍କରେ ଡବ୍ଲୁଏବେଟାଇନ୍‌ଫୋ ପକ୍ଷରୁ ଟୁଇଟର୍‌ରେ ସୂଚନା ପ୍ରଦାନ କରାଯାଇଛି। ଏଣିକି ଡିଲିଟ୍‌ ହୋଇଥିବା ଫାଇଲ୍‌କୁ ରିଡାଉନ୍‌ଲୋଡ କରିହେବ ବୋଲି ଏକ ଟୁଇଟ୍‌ ହୋଇଥିବା ଦେଖିବାକୁ ମିଳିଛି।

ବ୍ୟବହାରକାରୀ ଡିଲିଟ୍‌ ହୋଇଥିବା ଡାଟାକୁ ପୁନଶ୍ଚ ଫେରି ପାଇବାକୁ ସେଟିଂକୁ ଯାଇ ସେଥିରେ ଥିବା ଆକାଉଣ୍ଟ୍‌ ସେଟିଂରେ କ୍ଲିକ୍‌ କରିବା ପରେ ଚେଞ୍ଜ୍‌ ନମ୍ବର ବିକଳ୍ପକୁ ଚୟନ କରିବେ। ସେଠାରେ ନୂଆ ଫୋନ୍‌ ନମ୍ବର ଦେବା ପରେ ପୁରୁଣା ଡାଟା ସ୍ତାନାନ୍ତରିତ କରିବାକୁ ଚାହାନ୍ତି କି ନାହିଁ ହ୍ଵାଟ୍‌ସଆପ୍‌ ପକ୍ଷରୁ ଏକ ପ୍ରଶ୍ନ ପଚରାଯିବ। ତାହାକୁ ସହମତି ଜଣାଇଲେ ଆପଣଙ୍କ ପୁରୁଣା ଡାଟା ସବୁ ନୂଆ ହ୍ଵାଟ୍‌ସଆପ୍‌କୁ ସ୍ତାନାନ୍ତରିତ ହୋଇଯିବ। ସେଥିରୁ ଆପଣ ରିଡାଉନ୍‌ଲୋଡ କରି ଡାଟା ହାତେଇ ପାରିବେ।

ସମ୍ବନ୍ଧିତ ଖବର