Daily Archives

October 2, 2017

ଆମେରିକା ଇତିହାସରେ ସବୁଠାରୁ ଭୟାନକ ଗୁଳିକାଣ୍ଡ

ଲାସ୍‌ ଭେଗାସ୍‌: ଲାସ୍‌ ଭେଗାସ ମାଣ୍ଡାଲେ ବେ ହୋଟେଲ ପରିସରରେ ଆଜି ଘଟିଥିବା ଗୁଳିକାଣ୍ଡ ଆଧୁନିକ ଆମେରିକା ଇତିହାସରେ ସବୁଠାରୁ ଭୟାନକ ବୋଲି ଜଣାପଡ଼ିଛି। ଗୁଳିମାଡ଼ରେ ୫୦ ଜଣ ନିହତ ହେବା ଏବଂ ୨ ଶହରୁ ଅଧିକ ଗୁଳିମାଡ଼ରେ ଆହତ ହେବା ଘଟଣା ଆମେରିକାକୁ ସ୍ତବ୍ଧ କରିଦେଇଛି। ଆକ୍ରମଣକାରୀ…
ଅଧିକ ଖବର ଦେଖନ୍ତୁ...

ପିଓକେରେ ଆତଙ୍କବାଦୀଙ୍କ ଲଞ୍ଚ୍‌ ପ୍ୟାଡ୍‌ ଧ୍ୱସ୍ତ

ଶ୍ରୀନଗର: ଭାରତୀୟ ସେନାର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ପାକ୍‌ ଅଧିକୃତ କଶ୍ମୀରରେ ଆତଙ୍କବାଦୀଙ୍କ ଏକ ଲଞ୍ଚ୍‌ ପ୍ୟାଡ୍‌ ଧ୍ୱସ୍ତ ହୋଇଛି। ପାକ୍‌ ସେନାର ଏହି ସ୍ଥାୟୀ ପୋଷ୍ଟ୍‍କୁ ପ୍ରାୟ ୨ ବର୍ଷ ହେଲା ଆତଙ୍କବାଦୀଙ୍କ ଲଞ୍ଚ୍‌ ପ୍ୟାଡ୍‌ ଭାବେ ବ୍ୟବହାର କରାଯାଉଥିଲା। ଏଠାରେ ଆତଙ୍କବାଦୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ପୁଞ୍ଚ୍‌ରେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, ୩ ନାବାଳକ ମୃତ

ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକ୍‌ ସେନାର ଗୁଳିଗୋଳା ବର୍ଷଣରେ ୩ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି ଏବଂ ୮ରୁ ଊର୍ଦ୍ଧ୍ୱ ନାଗରିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୦ ବର୍ଷର ବାଳକ ଏବଂ ୧୫…
ଅଧିକ ଖବର ଦେଖନ୍ତୁ...

ଶିଖ୍‌ ରାଜନେତା ଜଗମିତ୍‌ କାନାଡାର ପ୍ରମୁଖ ରାଜନୈତିକ ଦଳର ନେତୃତ୍ୱ ନେବେ

ନୂଆଦିଲ୍ଲୀ : ପ୍ରଥମ ଶିଖ ରାଜନେତା ଭାବେ ଜଗମିତ ସିଂହ କାନାଡାର ଏକ ବୃହତ୍‌ ରାଜନୈତିକ ଦଳ ନ୍ୟୁ ଡେମୋକ୍ରାଟିକ୍‌ ପାର୍ଟି (ଏନଡିପି) ର ନେତୃତ୍ୱ ନେବେ। ୩୮ ବର୍ଷୀୟ ଆଇନଜୀବୀ ଜଗମିତ୍‌ ସଂଖ୍ୟାଲଘୁ ଗୋଷ୍ଠୀର ପ୍ରଥମ ସଦସ୍ୟ, ପ୍ରଥମ ଭାରତୀୟ ଓ ପ୍ରଥମ ଶିଖ ଭାବେ କାନାଡାର ୩ଟି ବୃହତ୍‌ ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଏସଜେଏଫଆଇ ଜାତୀୟ ସମ୍ମିଳନୀ: ଉତ୍ତରାଞ୍ଚଳର ଦ୍ୱିତୀୟ ବିଜୟ

ତିରୁବନ୍ତପୁରମ୍‌: କେରଳର ତିରୁବନ୍ତପୁରମଠାରେ ଚାଲିଥିବା ୪୦ତମ ଏସ୍‌ଜେଏଫ୍‌ଆଇ (ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ମହାସଂଘ) ପାଞ୍ଚ ଦିନିଆ ଜାତୀୟ ସମ୍ମିଳନୀ ଅବସରରେ ହେଉଥିବା ଜେକେ ବୋଷ୍‌ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ଉତ୍ତରାଞ୍ଚଳ ଦ୍ୱିତୀୟ ବିଜୟ ହାସଲ କରିଛି। ରବିବାର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

୧୨୫ କୋଟି ଭାରତୀୟ ହିଁ ସ୍ୱଚ୍ଛତା ଆଣିପାରିବେ : ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୪୮ ତମ ଜନ୍ମ ଶତବାର୍ଷିକୀରେ ନୂଆଦିଲ୍ଲୀର ରାଜଘାଟରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ୨୦୧୪ ମସିହାର ଠିକ୍‌ ଆଜିର ଦିନରେ ଗାନ୍ଧୀ ଜୟନ୍ତୀରେ ମୋଦି ସରକାରଙ୍କ ସ୍ୱଚ୍ଛ…
ଅଧିକ ଖବର ଦେଖନ୍ତୁ...

ଲାସ୍‌ ଭେଗାସ୍‌ରେ ଗୁଳିବର୍ଷାଲାସ୍‌ ଭେଗାସ୍‌ରେ ଗୁଳିବର୍ଷା୫୦ ମୃତ, ୪୦୦ରୁ ଊର୍ଦ୍ଧ୍ୱ ଆହତ

ଲାସ୍‌ ଭେଗାସ:   ବିଳାସପୂର୍ଣ୍ଣ ଜୀବନ ଶୈଳୀ ପାଇଁ ପ୍ରସିଦ୍ଧ ଆମେରିକାର ଲାସ୍‌ ଭେଗାସ ସହର ସୋମବାର ରକ୍ତରଂଜିତ ହୋଇଉଠିଛି। ଏକ ମ୍ୟୁଜିକ୍‌ କନ୍‌୍‌ସର୍ଟରେ ଜଣେ ଆକ୍ରମଣକାରୀର ଆଖିବୁଜା ଗୁଳିବର୍ଷା ଯୋଗୁଁ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଶହରୁ ଅଧିକ ଆହତ ହୋଇଛନ୍ତି। ଦଳାଚକଟାରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

୧୦ଟି ଦାବି ନେଇ ପୁଣି ଥରେ ସତ୍ୟାଗ୍ରହରେ ବସିଲେ ଆନ୍ନା ହଜାରେ

ନୂଆଦିଲ୍ଲୀ: ସମାଜସେବୀ ଆନ୍ନା ହଜାରେ ୬ ବର୍ଷ ପରେ ପୁଣି ଥରେ ସତ୍ୟାଗ୍ରହ ଆନ୍ଦୋଳନରେ ବସିଛନ୍ତି। ଆନ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦୁର୍ନୀତି ଓ ଚାଷୀଙ୍କ ସମସ୍ୟା ଉପରେ ମନ ଦୁଃଖ କରିଛନ୍ତି। ଏହା ପରେ ସେ ଗାନ୍ଧି ଜୟନ୍ତୀ ଅବସରରେ ରାଜଘାଟରେ ଗୋଟିଏ ଦିନ ପାଇଁ…
ଅଧିକ ଖବର ଦେଖନ୍ତୁ...

ବଡଘାଗରା ଗଣ ଦୁର୍ଷ୍କମ ଘଟଣା: ଆଉ ତିନି ଅଭିଯୁକ୍ତ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳି ବଡଘାଗରାରେ ବିଶ୍ୱ ପର୍ଯ୍ୟଟନ ଦିବସ(ସେପ୍ଟେମ୍ବର ୨୭)ରେ ଜଣେ ନାଁବାଳିକା ସହିତ ଘଟିଥିବା ଗଣ ଦୁର୍ଷ୍କମ ଘଟଣାରେ ପୁଲିସ ସୋମବାର ଆଉ ୩ଜଣଙ୍କୁ ଗିରଫ କରିଛି। ଏହାକୁ ନେଇ ମୋଟ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏହା…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ଆମେଥି ଗସ୍ତକୁ ମିଳିଲା ସବୁଜ ସଙ୍କେତ

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ତିନିଦିନିଆ ଆମେଥି ଗସ୍ତକୁ ନେଇ ଉତ୍ତର ପ୍ରଦେଶ ପ୍ରଶାସନ ସବୁଜ ସଙ୍କେତ ଦେଇଛି। ଆମେଥିର ଜିଲ୍ଲା ମାଜିଷ୍ଟ୍ରେଟ ରାହୁଲଙ୍କ ଆମେଥି ଗସ୍ତ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯିବାକୁ ଭୁଲ ବୋଲି କହି ପୁଣି ଏକ ଚିଠି ଜାରି କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...