ପୁଞ୍ଚ୍‌ରେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, ୩ ନାବାଳକ ମୃତ

ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକ୍‌ ସେନାର ଗୁଳିଗୋଳା ବର୍ଷଣରେ ୩ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି ଏବଂ ୮ରୁ ଊର୍ଦ୍ଧ୍ୱ ନାଗରିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୦ ବର୍ଷର ବାଳକ ଏବଂ ୧୫ ବର୍ଷୀୟା ବାଳିକା ଅଛନ୍ତି। ଆହତମାନଙ୍କୁ ପୁଞ୍ଚ୍‌ର ଦିଗଓ୍ଵର ସେକ୍ଟରରେ ଏକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଞ୍ଚ୍‌ ଜିଲ୍ଲାର ଶାହପୁର, କେର୍ନି ଏବଂ କାସବା ସେକ୍ଟରରେ ଡଜନେରୁ ଊର୍ଦ୍ଧ୍ୱ ଗ୍ରାମ ଏବଂ ପୋଷ୍ଟ ଗୁଡ଼ିକ ଉପରକୁ ପାକ୍‌ ସେନା ଟାର୍ଗେଟ କରି ଗୁଳିଗୋଳା ଚାଳନା କରିଛି। ପାକ୍‌ ସେନାର ଗୁଳିଗୋଳା ମାଡ଼ରେ କାସବା ସେକ୍ଟରର ଇସରାର ଅହମଦଙ୍କ ମୃତ୍ୟୁ ହୋଇଛି ଏବଂ ଦିଗଓ୍ଵାର ଗ୍ରାମର ୧୫ ବର୍ଷୀୟା ଜସ୍ମିନ ଅଖତାରଙ୍କ ମୃତ୍ୟୁ ହୋଇଛି। ଗତକାଲି ସନ୍ଧ୍ୟାରୁ ପାକ୍‌ ସେନା ଅସ୍ତ୍ରବିରତିି ଉଲ୍ଲଂଘନ କରିଥିବାବେଳେ ଭାରତୀୟ ସେନାବାହିନୀର କଡ଼ା ଜବାବରେ ଏହା ବନ୍ଦ ରହିଥିଲା। କିନ୍ତୁ ଆଜି ସକାଳୁ ପୁନର୍ବାର ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣେ ଭାରତୀୟ ସେନାଧିକାରୀ କହିଛନ୍ତି। ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନରେ ସେନା ଗାଡ଼ି ମଧ୍ୟ କ୍ଷତିିଗ୍ରସ୍ତ ହୋଇଛି। ପାକିସ୍ତାନ ଅବିରତ ଭାବେ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଗତ ବୁଧବାର ଦିନ ମଧ୍ୟ ପୁଞ୍ଚ୍‌ରେ ଅନ୍ୟ ଏକ ଅସ୍ତ୍ରବିରତି ଉଲ୍ଲଂଘନରେ ୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାର ଦୁଇ ଦିନ ପୂର୍ବରୁ ପୁଞ୍ଚ୍‌ର ବାଲାକୋଟ୍‌ ସେକ୍ଟରରେ ଏକ ପୋଷ୍ଟ ଉପରକୁ ପାକ୍‌ ସେନାର ଗୁଳି ଚାଳନା ଦ୍ୱାରା ଦୁଇ ଯବାନ ଆହତ ହୋଇଥିଲେ। ଚଳିତ ବର୍ଷ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ମାତ୍ରାଧିକ ବୃଦ୍ଧି ପାଇଛି। ଶହଶହ ସୀମାନ୍ତ ଗ୍ରାମବାସୀ ପାକ୍‌ ସେନାର ଗୁଳିବର୍ଷର୍ା ଏବଂ ମୋର୍ଟାର ଆକ୍ରମଣରେ ସେମାନଙ୍କ ଘରଦ୍ୱାର ଛାଡ଼ି ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶିବିରରେ ଆଶ୍ରୟ ନେଉଛନ୍ତି। କେବଳ ଅଗଷ୍ଟ ୧ ସୁଦ୍ଧା ପାକିସ୍ତାନ ସେନାବାହିିନୀ ୨୮୫ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ଯେଉଁଠି ୨୦୧୬ ମସିହାରେ ଏହା ଥିଲା ୨୨୮। ଏହାବାଦ୍‌ ଉତ୍ତର କଶ୍ମୀରର ତାଙ୍ଗଧର ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ଅନ୍ୟ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି। ନିୟନ୍ତ୍ରଣ ରେଖା ନିକଟରେ କିଛି ଆତଙ୍କବାଦୀ ଲୁଚି ଛପି ରହିଥିବାର ଜାଣିପାରି ସେନାବାହିନୀ ସଜାଗ ରହି ସେମାନଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି। ଏହାଦ୍ୱାରା ଉଭୟ ଦେଶର ସେନା ମଧ୍ୟରେ ଗୁଳିବର୍ଷା ଜାରି ରହିଥିବାବେଳେ ତଲାସି କାର୍ଯ୍ୟ ମଧ୍ୟ ଜାରି ରହିଛି। ପାକ୍‌ ସେନାର ଏହି ଜଘନ୍ୟ କାଣ୍ଡରେ ପ୍ରତିକ୍ରିୟା ବ୍ୟକ୍ତ କରି ଜମ୍ମୁ କଶ୍ମୀର ଉପ ମୁଖ୍ୟ ମନ୍ତ୍ରୀ ନିର୍ମଳ ସିଂହ କହିଛନ୍ତି ଯେ ପାକିସ୍ତାନ ହେଉଛି ଭୀରୁ ମାନଙ୍କ ଦେଶ। ଗୋଟିଏ ପଟେ ଏହା ଶାନ୍ତିର କଥା କହୁଥିବାୋlବଳେ ଅନ୍ୟ ପଟେ ଏହା ସାଧାରଣ ଜନତାଙ୍କୁ ମାରୁଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ପାକ୍‌ ସେନାର ଏହି ବର୍ବର କାର୍ଯ୍ୟକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ପାକିସ୍ତାନ ଶାନ୍ତି ପାଇଁ ଫମ୍ପା ଆଓ୍ଵାଜ କରୁଛି। ପାକିସ୍ତାନରେ ଶାନ୍ତି ପାଇଁ ସ୍ଥାନ ନାହିଁ ବୋଲି ଏହି ଘଟଣା ସ୍ପଷ୍ଟ କରୁଛି ବୋଲି ଶ୍ରୀ ଚୌହାନ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର