ନୂଆଦିଲ୍ଲୀ: ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସୀ (ଏନ୍ଆଇଏ) ଆତଙ୍କବାଦୀ ସଙ୍ଗଠନ ଆଇଏସ୍ଆଇଏସ୍ର କାର୍ଯ୍ୟକଳାପ ସଂପର୍କରେ ସୂଚନା ପାଇ ଦେଶର ବିଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ କରିଛି। ପଶ୍ଚିମ ଉତ୍ତର ପ୍ରଦେଶ ଓ ପଞ୍ଜାବର ସାତଟି ସ୍ଥାନରେ ଚଢ଼ାଉ କରିଛି ଏନଆଇଏ । ଆଇଏସ୍ଆଇଏସ୍ର ଏକ ଗୋଷ୍ଠୀ ଦିଲ୍ଲୀ ଓ ଉତ୍ତର ଭାରତର ଅନେକ ନେତା ଓ ସରକାରୀ ପ୍ରତିଷ୍ଠାନ ଉପରେ ଆତ୍ମଘାତୀ ଆକ୍ରମଣ ଓ ବୋମା ବିସ୍ଫୋରଣ କରିବାର ଯୋଜନା କରୁଥିବା ସୂଚନା ପାଇବା ପରେ ଏନ୍ଆଇଏ ଏହି ଚଢ଼ାଉ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ଡିସେମ୍ବର ୨୬ରୁ ନେଇ ଏଯାବତ୍ ଏହି ମାମଲାରେ ୧୨ଜଣଙ୍କୁ ଗିରଫ କରିଛି ଏନଆଇଏ । ଏଜେନ୍ସୀ ଜାନୁଆରି ୧୨ରେ ହାପୁଡରୁ ମହମ୍ମଦ ଅବସାର (୨୪)କୁ ଗିରଫ କରିଥିଲା। ତା’ଠାରୁ ମିଳିଥିବା ସୂଚନା ଆଧାରରେ ଆଜି ଏହି ଚଢ଼ାଉ କରାଯାଇଥିଲା।
ଏନ୍ଆଇଏର କହିବାନୁସାରେ, ଆଇଏସ୍ଆଇଏସ୍ ଦ୍ୱାରା ପରିଚାଳିତ ସଂଗଠନ ‘ହରକତ ଉଲ ହର୍ଷ ଏ ଇସ୍ଲାମ୍’ ଏହି ଷଡଯନ୍ତ୍ରରେ ସାମିଲ ଥିବା ନେଇ ସୂଚନା ରହିଛି ।