ଆଳୁ ଚୋପାରେ ରହିଛି ଅନେକ ଉପକାରିତା; ଦୂର କରେ ଏହି ସବୁ ରୋଗ

ନୂଆଦିଲ୍ଲୀ: ପନିପରିବା ଭିତରେ ଆଳୁ ସବୁଠାରୁ ଲୋକପ୍ରିୟ । ପିଲାଠୁ ବୁଢ଼ା ଯାଏଁ ପ୍ରାୟତଃ ସମସ୍ତଙ୍କୁ ଆଳୁ ଖାଇବା ପସନ୍ଦ ଥାଏ । ତେବେ ଆଳୁକୁ ବ୍ୟବହାର କରିବା ପରେ ଏହାର ଚୋପାକୁ ଅଦରକାରୀ ଭାବି ଫୋପାଡ଼ି ଦିଆଯାଏ । ତେବେ ଆପଣ ଜାଣିଛନ୍ତି କି ଆଳୁ ସହ ଏହାର ଚୋପାର ମଧ୍ୟ ଅନେକ ଉପକାରିତା ରହିଛି । ଆସନ୍ତୁ ଜାଣିବା ଆଳୁ ଚୋପାର ଉପକାରିତା ବିଷୟରେ ।

ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ ଆଳୁ ଏକ ବରଦାନ ଭଳି। ଆଳୁର ଚୋପାରେ ଭରପୁର ମାତ୍ରାର ପଟାସିୟମ ରହିଥାଏ। ଆଳୁର ଚୋପାକୁ ନିୟମିତ ଭାବେ ବାଟି ହାଲୁକା ଗରମ ପାଣି ସହ ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।

rochakpost.com

ଯଦି ଆପଣଙ୍କ ଶରୀରରେ ରକ୍ତହୀନତା ରହିଛି ତେବେ ଆଳୁର ଚୋପା ଅନେକ ଲାଭଦାୟକ । ଶରୀରରେ ଆଇରନ୍‌ର ମାତ୍ରା କମ ରହିବା କାରଣରୁ ରକ୍ତହୀନତା ଦେଖାଯାଇଥାଏ । ଆଳୁର ଚୋପାରେ ଭରପୁର ମାତ୍ରାର ଆଇରନ୍‌ ରହିଥାଏ ଯାହା ଦ୍ୱାରା ଏହା ରକ୍ତହୀନତା ଦୂର କରିବାରେ ସାହାୟକ ହୋଇଥାଏ ।

rochakpost.com

ଆଳୁ ଚୋପାରେ ପ୍ରଚୁର ପରିମାରର ଭିଟାମିନ-ବି ୩ ରହିଥାଏ । ଏହି ଭିଟାମିନ ଶରୀରକୁ ଶକ୍ତି ଯୋଗାଇବା ସାହଯ୍ୟ କରିଥାଏ । ଏହା ସହ ଚୋପାରେ ପ୍ରଚୁର ପରିମାଣର ଫାଇବର ରହିଥାଏ । ଯାହା ଶରୀରରେ ପାଚନ ପ୍ରକ୍ରିୟାକୁ ସକ୍ରିୟ କରିଥାଏ ।

ସମ୍ବନ୍ଧିତ ଖବର