ଫିଲିପାଇନ୍ସରେ ବନ୍ଦର ବିକାଶ କରିବ ଆଦାନି

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଘରୋଇ ବନ୍ଦର ପରିଚାଳନାକାରୀ ଏବଂ ବିକାଶକାରୀ କମ୍ପାନି ଆଦାନି ପୋର୍ଟସ ଫିଲିପାଇନ୍ସରେ ଏକ ବନ୍ଦର ବିକାଶ ଯୋଜନା ରଖିଛି। ଆଦାନି ପୋର୍ଟସ ଆଣ୍ଡ୍ ସ୍ପେସାଲ ଇକୋନୋକିକ ଜୋନ୍‌ର ଏମ୍‌ଡି କରଣ ଆଦାନି ଏବେ ଫିଲିପାଇନ୍ସ ଗସ୍ତରେ ଅଛନ୍ତି। ସେ ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ୍‌ ଆର୍‌ ମାକ୍ରୋସ ଜୁନିୟରଙ୍କୁ ସାକ୍ଷାତ କରିଛନ୍ତି। ‌ଗତ ୨ ତାରିଖରେ ହୋଇଥିବା ଏହି ସାକ୍ଷାତକାର ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଏକ ବିବୃତି ଜାରି ହୋଇଛି। ଏଥିରେ କୁହାଯାଇଛି ଆଦାନି ପୋର୍ଟସ ଫିଲିପାଇନ୍ସରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି।

ସୂଚନା ଅନୁଯାୟୀ, ଆଦାନି ପୋର୍ଟସ ଆଣ୍ଡ୍ ଏସ୍‌ଇଜେଡ୍‌ ଫିଲିପାଇନ୍ସର ବଟାନରେ ‌ବନ୍ଦର ବିକାଶ ପାଇଁ ଆଗ୍ରହ ଦେଖାଇଛି। କମ୍ପାନି ଏଠାରେ ୨୫ ମିଟର ଗଭୀର ବନ୍ଦର ନିର୍ମାଣ କରିବ ଯେଉଁଠି ପାନାମାକ୍ସ ଜାହାଜ ଚଳାଚଳ କରିପାରିବ। କମ୍ପାନି ନିକଟରେ ବର୍ତ୍ତମାନ ଭାରତରେ ଏକ ଡଜନରୁ ଅଧିକ ବନ୍ଦର ରହିଛି। ଏଥିସହିତ ଶ୍ରୀଲଙ୍କା, ଇସ୍ରାଏଲ ଏବଂ ଅଷ୍ଟ୍ରେଲିଆରେ ମଧ୍ୟ କମ୍ପାନିର ବନ୍ଦର ରହିଛି।

ସମ୍ବନ୍ଧିତ ଖବର