ଏୟାର ଇଣ୍ଡିଆରେ ମାଗଣା ନେଇହେବ ୧୫ କିଗ୍ରା ସାମଗ୍ରୀ

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ‌ଏୟାର ଇଣ୍ଡିଆର ଯାତ୍ରୀମାନେ ଆଗକୁ ଆଉ ସାଙ୍ଗରେ ୨୦ କିଗ୍ରା ସାମଗ୍ରୀ ନେଇ ପାରିବେ ନାହିଁ। କମ୍ପାନି ଏହାକୁ ୧୫ ‌କିଗ୍ରାକୁ କମାଇ ଦେଇଛି। ଏୟାରଲାଇନ୍ ପକ୍ଷରୁ ଟ୍ରାଭେଲ ଏଜେଣ୍ଟମାନଙ୍କ ପାଖକୁ ଏ ନେଇ ନୋଟିଫିକେସନ ପଠାଯାଇଛି। ଏଥିରେ କୁହାଯାଇଛି ‘ଇକୋନୋମି କମ୍ଫର୍ଟ’ ଏବଂ ‘କମ୍ଫର୍ଟ ପ୍ଲସ’ ବର୍ଗରେ ଯାତ୍ରା କରୁଥିବା ଯାତ୍ରୀ ଏବେ କେବଳ ୧୫ କିଗ୍ରା ପର୍ଯ୍ୟନ୍ତ ସାମଗ୍ରୀ ନିଜ ସାଙ୍ଗରେ ନେଇପାରିବେ। ଏୟାର ଇଣ୍ଡିଆର ପ୍ରବକ୍ତାଙ୍କ କହିବାନୁଯାୟୀ, ‌ଇକୋନୋମି ଫ୍ଲେକ୍ସ ବର୍ଗରେ ଯାତ୍ରା କରୁଥିବା ଯାତ୍ରୀମାନେ ୨୫ କିଗ୍ରା ପର୍ଯ୍ୟନ୍ତ ସାମଗ୍ରୀ ମାଗଣାରେ ନେଇପାରିବେ। ଟାଟା ଗ୍ରୁପ୍‌ ଏୟାର ଇଣ୍ଡିଆକୁ ସରକାରଙ୍କ ଠାରୁ ୨୦୨୨ ମସିହାରେ କିଣିଥିଲା। ଏହା ପୂର୍ବରୁ ଏୟାର ଇଣ୍ଡିଆ ଚେକ୍‌ ଇନ୍‌ ବ୍ୟାଗେଜ ଆକାରରେ ୨୫ କିଗ୍ରା ପର୍ଯ୍ୟନ୍ତ ସାମଗ୍ରୀ ମାଗଣାରେ ନେଇ ହେଉଥିଲା। ଏହାକୁ ଗତବର୍ଷ ୨୦ କିଗ୍ରାକୁ କମାଇ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ଦେଶରେ ଅଧିକାଂଶ ଏୟାରଲାଇନ ୧୫ କିଗ୍ରା ପର୍ଯ୍ୟନ୍ତ ସାମଗ୍ରୀ ମାଗଣାରେ ନେବାକୁ ଅନୁମତି ଦେଉଛନ୍ତି। ଏବେ ଏଥିରେ ଏୟାର ଇଣ୍ଡିଆ ସାମିଲ ହୋଇଯାଇଛି।

ସମ୍ବନ୍ଧିତ ଖବର