ଏହି ପ୍ରଶ୍ନଟ ଖୁବ୍‌ ସହଜ ହେଲେ ବି ଠିକ୍‌ ଉତ୍ତର ଦେବା କାଠିକରପାଠ୍‌!

ପୂର୍ବରୁ ଆମେ ଅନେକ ଥର ଏପରି ପ୍ରଶ୍ନ-ଉତ୍ତର ଖେଳ ଖେଳି ସାରିଛନ୍ତି। କେଉଁ ପ୍ରଶ୍ନର ଉତ୍ତର ସହଜ ହୋଇଥିଲେ ବି ଝଯିଳ ପରି ମନେ ହୁଏତ କେଉଁ ପ୍ରଶ୍ନର ଉତ୍ତର ଆମ ଆଖି ସାମ୍ନାରେ ଥାଇ ମଧ୍ୟ ଆମେ ଦେଖିପାରୁନା। ଆଜି ଆପଣଙ୍କ ସମ୍ମୁଖରେ ସେହିପରି ଏକ ପ୍ରଶ୍ନ ରଖିଛୁ।

ପ୍ରଶ୍ନଟି ହେଉଛି ‘ଜ୍ୟାକ୍‌ ଆନିଙ୍କୁ ପ୍ରେମ କରନ୍ତି। ମାତ୍ର ଆନି ଜଜଙ୍କୁ ପ୍ରେମ କରନ୍ତି। ଜ୍ୟାକ୍‌ ବିବାହିତ, ଜଜ୍‌ ଅବିବାହିତ। ତେବେ କ’ଣ ଜଣେ ବିବାହତ ବ୍ୟକ୍ତି ଜଣେ ଅବିବାହିତଙ୍କୁ ଚାହାନ୍ତି?

ଆପଣ କରିପାରୁଛନ୍ତି କି ସମାଧାନ? ଆଜିର ପଜଲ୍‌ଟିରେ ସେପରି କୌଣସି ଗଣିତ ନାହିଁ। ଆପଣ ସାମାନ୍ୟତମ ଜ୍ଞାନ ଖଟେଇଲେ ଉତ୍ତର ନିଜେ ଜାଣିପାରିବେ।

ଆପଣଙ୍କ ସରଳ ହେବା ସକାଶେ ଆପଙ୍କ ସମ୍ମୁଖରେ ୩ଟି ବିଳଳ୍ପ ରଖିଛୁ।

୧. ହଁ
୨. ନାଁ
୩. କହିହେବନି

ଏହି ପ୍ରଶ୍ନଟି କାହିଁକି ଏତେ କୌଶଳପୂର୍ଣ୍ଣ ଲାଗୁଛି। କାହିଁକି ନା, ଏଥିରେ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଇ ନାହିଁ। ଆନିର ମ୍ୟାରିଟିଆଲ୍‌ ଷ୍ଟାଟସ୍‌ ଅଜଣା। ମାତ୍ର ଏହା ଏକ ପ୍ରକାରର ଉତ୍ତର ବି ଦେଇ ଦେଉଛି। ଯେତେତୁ ଜଣେ ବିବାହିତ କି ଅବିବାହିତ ଅସ୍ପଷ୍ଟ ତେବେ ଉତ୍ତର ‘କହିହେବନି’ ହେବା ସ୍ୱାଭାବିକ।

ସମ୍ବନ୍ଧିତ ଖବର