କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆଁପାଣି ଗାଁରେ ଘର କାନ୍ଥ ପଡ଼ି ଜଣେ ମୃତ। ଗାଁର ଅଚ୍ୟୁତ ଦିଆଣି (୫୫) ଗତକାଲି ଅପରାହ୍ଣରେ ଗାଁ ପାଖ ଜଙ୍ଗଲ ଆଡ଼କୁ ଟୋଲ ଗୋଟାଇବାକୁ ଯାଇଥିଲେ। ସେ ଆଉ ଘରକୁ ଫେରିନଥିଲେ। ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ପାଇନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଗାଁ ପାଖ ଏକ ଫାର୍ମର କାନ୍ଥ ମାଡ଼ି ବସି ତାଙ୍କ ଉପରେ ପଡ଼ି ରହିଥିଲା। ଗତକାଲି ଅପରାହ୍ଣରେ ବର୍ଷା ପବନ ହୋଇଥିଲା, ଯାହାଫଳରେ ସେ ଆଶ୍ରୟ ନେବାକୁ ଯାଇଥିବା ବେଳେ କାନ୍ଥ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । କାମାକ୍ଷାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ କରୁଛି।