ଅଲ୍‌ ଇଂଲଣ୍ଡ ଓପନ୍‌ କ୍ୱାର୍ଟର୍‌ରେ ସିନ୍ଧୁ

ବିର୍ମିଙ୍ଗ୍‌ହାମ୍‌: ଭାରତୀୟ ଲଳନା ପିଭି ସିନ୍ଧୁ ଚଳିତ ଅଲ୍‌ଇଂଲଣ୍ଡ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ମହିଳା ଏକକ କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ମହିଳା ଏକକ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ରିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ସିନ୍ଧୁ ୨୧-୧୩, ୧୩-୨୧, ୨୧-୧୮ରେ ଥାଇଲାଣ୍ଡ୍‌ର ନିଚାଓଁ ଜିନ୍ଦାପଲ୍‌ଙ୍କୁ ହରାଇ ଥିଲେ। ୬୬ ମିନିଟ୍‌ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ସିନ୍ଧୁ ପ୍ରଥମ ସେଟ୍‌କୁ ଜିିତି ନେଇଥିଲେ। କିନ୍ତୁ ଦ୍ୱିତୀୟ ସେଟ୍‌ରେ ଜିନ୍ଦାପଲ ସେହି ସମାନ ପଏଣ୍ଟ୍‌ ବ୍ୟବଧାନରେ ସିନ୍ଧୁଙ୍କୁ ମାତ୍‌ ଦେଇ ସ୍ଥିତି ୧-୧କୁ ଆଣିଥିଲେ। ଫଳରେ ମ୍ୟାଚ୍‌ ନିର୍ଣ୍ଣାୟକ ସେଟ୍‌କୁ ଟାଣି ହୋଇଯାଇଥିଲା। ହେଲେ ଏଥିରେ ସିନ୍ଧୁ ୨୧-୧୮ରେ ଜିନ୍ଦାପଲଙ୍କୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଅଲ୍‌ଇଂଲଣ୍ଡ ପ୍ରତିଯୋଗିତାର କ୍ୱାର୍ଟର୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। ସିନ୍ଧୁ କ୍ୱାର୍ଟର ଫାଇନାଲ୍‌ରେ ଜାପାନ ଲଳନା ନୋଜୋମି ଓକୁହାରାଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର