ରାଜା ଆଚାର୍ଯ୍ୟ ଜାମିନ ମାମଲା, ନିମ୍ନ ଅଦାଲତ ରେକର୍ଡ ତଲବ

କଟକ : ସନ୍ଦୀପ ଓରଫ ରାଜା ଆଚାର୍ଯ୍ୟଙ୍କ ଜାମିନ ଆବେଦନର ଶୁଣାଣି କରି ଏ ସଂପର୍କିତ ନିମ୍ନ ଅଦାଲତ ମାମଲାର ରେକର୍ଡ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆବେଦନକାରୀଙ୍କ ବିରୋଧରେ କେତୋଟି ମାମଲା ରହିଛି ସେ ସଂପର୍କରେ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାମଲାରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୬ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ୍‌ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଅପହରଣ ଓ ଦାଦା ବଟି ଆଦାୟକୁ ନେଇ ରାଜାଙ୍କ ବିରୋଧରେ ଭୁବନେଶ୍ୱର ଅଦାଲତରେ ମାମଲା ବିଚାରାଧୀନ ରହିଛି। ନିମ୍ନ ଅଦାଲତ ତାଙ୍କ ଜାମିନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର