ଚର୍ଚ୍ଚାରେ ଧୋନି ତନୟା ଜିଭାଙ୍କ ଚାମ୍ପିୟନ ଡ଼୍ୟାନ୍ସ, ସାଥ୍ ଦେଲେ ସୁରେଶ ରାଇନାଙ୍କ ଝିଅ ଗ୍ରାସିଆ
ନୂଆଦିଲ୍ଲୀ : ଏବେ ପୁଣି ଥରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଧୋନି ଅନେକ ସମୟରେ ଜିଭାଙ୍କର ନାଚିବା ସମୟର ଭିଡ଼ିଓ ସୋସିଆଲ ସାଇଟ୍ରେ ପୋଷ୍ଟ କରୁଥିବା ବେଳେ ଏବେ ପୁଣି ଏକ ଭିଡ଼ିଓ ଛାଡ଼ିଛନ୍ତି। ଏହି ଭିଡିଓ ଭାଇରାଲ ହେବାକୁ ଲାଗିଛି । ଚାମ୍ପିୟନ୍ ଗୀତରେ ନାଚି ଜିଭା ଏବେ ଚାମ୍ପିୟନ ପାଲଟି ଯାଇଛନ୍ତିି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଭିଡ଼ିଓ ଦେଖିବା ପରେ ଜିଭା କ୍ରିକେଟ ଷ୍ଟାର୍ ବ୍ରାଭୋଙ୍କୁ ମଧ୍ୟ ମାତ୍ ଦେଇଛନ୍ତି ବୋଲି କହିବା ଆରମ୍ଭ କରିଛନ୍ତି ଲୋକେ । ସୂଚନା ମୁତାବକ, କ୍ରିକେଟ ଜଗତର ଜଣେ ଚର୍ଚ୍ଚିତ ନାଁ ହୋଇଥିବା ସହ ବ୍ରଭୋ ମ୍ୟୁଜିକ୍ ଦୁନିଆରେ ମଧ୍ୟ ସେତିକି ପରିଚିତ । ୨୦୧୬ରେ ତାଙ୍କର ଏକ ମ୍ୟୁଜିକ୍ ଭିଡ଼ିଓ ରିଲିଜ ହୋଇଥିଲା, ଯାହାର ଟାଇଟଲ୍ ଥିଲା ଚାମ୍ପିୟନ । ଏହା ଇଣ୍ଟରନେଟ୍ରେ ଧମାକା କରିଥିଲା । ଏବେ ବ୍ରାଭୋଙ୍କର ଏହି ଗୀତରେ ନିଜ ଅନ୍ଦାଜରେ ନୃତ୍ୟ ପରିବେଷଣ କରିଛନ୍ତି ଜିଭା । ପାର୍ଟିରେ ଏହି ଗୀତଟିକୁ ବ୍ରାଭୋ ଗାଉଥିବା ବେଳେ ଜିଭାଙ୍କ ସାଥ୍ ଦେଇଥିଲେ ସୁରେଶ ରାଇନାଙ୍କ ତନୟା ଗ୍ରାସିୟା ।