ବରେଲି: ଉତ୍ତରପ୍ରଦେଶ ବରେଲିରେ ଜଣେ ବିବାହିତ ମହିଳାଙ୍କୁ ଅପହରଣ କରିବା ପରେ ବସ୍ରେ ଦୁଷ୍କର୍ମ କରି ତାଙ୍କୁ ଅତି ଗୁରୁତର ଅବସ୍ଥାରେ ହାଇେଓ୍ଵରେ ଫିଙ୍ଗି ଦେବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ ଦୁଷ୍କର୍ମକାରୀ ମହିଳାଙ୍କ ଗଳା ଦବାଇ ହତ୍ୟା କରିବା ପାଇଁ ବି ଚେଷ୍ଟା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶନିବାର ପୀଡିତାଙ୍କ ସ୍ୱାମୀ ପତ୍ନୀଙ୍କ ସହିତ ଦୁଷ୍କର୍ମ ହୋଇଥିବା ନେଇ ମାମଲା ରୁଜୁ କରିଥିଲେ। ସନ୍ଧ୍ୟା ସୁଦ୍ଧା ପୁଲିସ ଦୁଇଜଣ ଦୁଷ୍କର୍ମକାରୀ ଉସମାନ ଓ କାସିମକୁ ଗିରଫ କରି ନେଇଥିଲା। ଗିରଫ ପରେ ଏଦୁହେଁ ମହିଳାଙ୍କୁ ଦୁଷ୍କର୍ମ କରିଥିବା କଥା ସ୍ୱୀକାର କରିଛନ୍ତି।
ପୀଡିତାଙ୍କ ଅଭିଯୋଗ ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ସେ ଘରକୁ ଫେରୁଥିବା ସମୟରେ ଦୁଇଜଣ ଯୁବକ ତାଙ୍କୁ ଅପହରଣ କରି ନେଇଥିଲେ। ନିଛାଟିଆ ସ୍ଥାନରେ ଛିଡା ହୋଇଥିବା ଏକ ବସ୍ ଭିତରକୁ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଏହାପରେ ତାଙ୍କ ଗଳା ଦବାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହାପରେ ଇଜ୍ଜତନଗର ଥାନା ପାଖରେ ଥିବା ବାଇପାସ୍ରେ ଫିଙ୍ଗି ଦେଇ ଚାଲି ଯାଇଥିଲେ।
ପୁଲିସ ମହିଳାଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଡିଏମ ଓ ଏସ୍ଏସପି ଜିଲ୍ଲା ହସ୍ପିଟାଲରେ ପହଞ୍ଚି ମହିଳାଙ୍କୁ ଭେଟିଛନ୍ତି।