ଅନୁଗୁଳ: ମାଆର ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ଘରୁ ତଡ଼ା ଖାଇଲେ, ଫେସ୍ବୁକରେ ଭିଡିଓ ଅପଲୋଡ କରି ସାହାଯ୍ୟ ମାଗୁଛି ଝିଅ
ଅନୁଗୁଳ: କିଛିଦିନ ହେବ ଫେସ୍ବୁକ୍ରେ ଏକ ଭିଡିଓ ଅପଲୋଡ ହୋଇଛି। ଏହି ଭିଡିଓରେ ଜଣେ ଝିଅ ତାର ମାଆ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିବା ଶୁଣିବାକୁ ମିଳୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଝିଅଟି ଫେସ୍ବୁକରେ ତାର ମାଆ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି କହିଛି, ‘ମୋର ମାଆର ଅନୈତିକ ସମ୍ପର୍କ ଥିଲା । ମୁଁ ଏହାକୁ ବିରୋଧ କରିବାରୁ ସେ ମୋତେ ମାଡ ମାରି ଘରୁ ବାହାର କରି ଦେଇଛି। ତେଣୁ ସୋସିଆଲ ମିଡିଆ ଜରିଆରେ ମୁଁ ଆପଣମାନଙ୍କୁ ସାହାଯ୍ୟ ଭିକ୍ଷା କରୁଛି। ଯଦି ଆପଣମାନେ ମୋତେ ସାହାଯ୍ୟ ନକରନ୍ତି ତେବେ ମୁଁ ଆତ୍ମହତ୍ୟା କରିବି । ଏହା ଛଡ଼ା ମୋ ପାଖରେ ଅନ୍ୟ କିଛି ଉପାୟ ନାହିଁ ବୋଲି କହିଛି ଝିଅଟି। ଏହି ଭିଡିଓଟି ଗତ ମଇ ୧୮ ତାରିଖ ୧୨.୪୫ ମିନିଟ୍ରେ ଅପଲୋଡ ହୋଇଛି। ଏଯାବତ୍ ଏହି ଭିଡିଟିର ୧୧ଟି ସେୟାର ଓ ୨୦୨ଟି କେମେଣ୍ଟ ଆସିଛି।
ତେବେ ଅନ୍ୟପକ୍ଷରେ ଝିଅଟି ଅପଲୋଡ କରିଥିବା ଭିଡିଓରେ ତାଙ୍କ ଜଣେ ବନ୍ଧୁ କମେଣ୍ଟ ଦେଇଛନ୍ତି କି, ବଢ଼ିଲା ଝିଅ ବାହାର ପିଲା ଆଣି ଘର ଲୋକଙ୍କୁ ମାଡ ମାରିବା କ’ଣ ଠିକ୍। ତାଙ୍କ ବିଷୟରେ କାହିଁ କେହି କିଛି କହୁ ନାହାନ୍ତି ତୁମ ବିଷୟରେ କାହିଁକି କହୁଛନ୍ତି। ଏହାର ଉତ୍ତରରେ ଝିଅଟି ଲେଖିଛି, ବଢ଼ିଲା ଝିଅକୁ ଏପରି କହିବା କ’ଣ ଠିକ୍?
ତେବେ ଏହି ଭିଡିଓ ଛଡ଼ା ଅନ୍ୟ ଏକ ଭିଡିଓ ବି ପୋଷ୍ଟ ହୋଇଛି ଯେଉଁଥିରେ ଝିଅ ଓ ତାର ମାଆର ଯୁକ୍ତିତର୍କ ଚାଲିଥିବା ଜଣାପଡ଼ିଛି। ଏହି ଭିଡିଓଟି ମଇ ୧୬ ତାରିଖରେ ୮.୪୫ରେ ପୋଷ୍ଟ ହୋଇଛି। ଏଯାବତ୍ ୩୫ଟି ସେୟାର ଓ ୭୯ଟି କେମେଣ୍ଟ ଆସିଛି। ଏନେଇ ପୁଲିସରେ ଏଯାବତ୍ କୌଣସି ଅଭିଯୋଗ ହୋଇନାହିଁ।