ଲିସେଷ୍ଟର: ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଥିବା ଭାରତ-ଏ’ ଦଳ ଭଲ ଅଭ୍ୟାସ ଜାରି ରଖିଛି। ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ଇଂଲଣ୍ଡ-ଏକୁ ୧୨୫ ରନ୍ରେ ହରାଇ ବିଜୟରୁ ଭାରତ ଅଭିଯାନ ଆରମ୍ଭ କରିଥିଲା। ଏହି ଧାରାକୁ ବଜାୟ ରଖି ମଙ୍ଗଳବାର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ରେ ଲିସେଷ୍ଟରସାୟାରକୁ ୨୮୧ ରନ୍ର ବୃହତ୍ ବ୍ୟବଧାନରେ ପରାସ୍ତ କରିଦେଇଛି। ଏହି ମ୍ୟାଚ୍ରେ ଭାରତୀୟ ପ୍ରାରମ୍ଭିକ ଯୋଡ଼ି ପୃଥ୍ଵୀ ସ ଏବଂ ମୟଙ୍କ ଅଗ୍ରଓ୍ଵାଲ୍ଙ୍କ ବିସ୍ଫୋରକ ଶତକ ହିଁ ଉଲ୍ଲେଖନୀୟ ଥିଲା। ଏହି ଦୁହିଁଙ୍କ ଶତକ ସାଙ୍ଗକୁ ପ୍ରଥମ ଓ୍ଵିକେଟ୍ରେ ୨୨୧ ରନ୍ର ଭାଗୀଦାରି ହିଁ ପ୍ରଥମେ ବ୍ୟାଟିଂ କରିଥିବା
Sambad is now on WhatsApp
Join and get latest news updates delivered to you via WhatsApp
ଭାରତକୁ ୪୫୮ ରନ୍ର ବଡ଼ ସ୍କୋର୍ ଭେଟି ଦେଇଥିଲା। ପୃଥ୍ଵୀ ସ (୧୩୨ ରନ୍, ୯୦ ବଲ୍, ୨୦ ଚୌକା, ୩ ଛକା) ଏବଂ ମୟଙ୍କ ଅଗ୍ରଓ୍ଵାଲ୍ (୧୫୧ ରନ୍, ୧୦୬ ବଲ୍, ୧୮ ଚୌକା ଓ ୫ ଛକା)ଙ୍କ ଶତକ ପରେ ଶୁଭମନ୍ ଗିଲ୍ (୮୬ ରନ୍, ୫୪ ବଲ୍, ୭ ଚୌକା, ୫ ଛକା)ଙ୍କ ଅର୍ଧଶତକ ଓ ଦୀପକ ହୁଦା (୩୮* ରନ୍, ୨୫ ବଲ୍, ୨ ଲେଖାଏଁ ଚୌକା ଓ ଛକା) ବିସ୍ଫୋରକ ପାଳି ବଳରେ ଭାରତ ୪ ଓ୍ଵିକେଟ୍ ବିନିମୟରେ ଏହି ବଡ଼ ସ୍କୋର କରିନେଇଥିଲା। ଶୁଭମନ୍ଙ୍କୁ ସାଥୀ କରି ମୟଙ୍କ ଦ୍ୱିତୀୟ ଓ୍ଵିକେଟ୍ରେ ୧୭୯ ରନ୍ ଯୋଡ଼ିଥିଲେ। ଜବାବରେ ଲିସେଷ୍ଟରସାୟାର ୪୦.୪ ଓଭରରେ ୧୭୭ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା। ଦୀପକ ଚହର ୩, ପ୍ରସିଦ୍ଧ କୃଷ୍ଣ, ଦୀପକ ହୁଦା ଓ ଅକ୍ଷର ପଟେଲ୍ ୨ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।