ଇଣ୍ଡିଆନ୍ ଗ୍ରାଁ ପ୍ରିରେ ୬ ଓଡ଼ିଆଙ୍କ ଚମକ

ଭୁବନେଶ୍ବର: ଭାରତୀୟ ଦୌଡ଼କୁଦ ସଂଘ (ଏଏଫଆଇ) ପକ୍ଷରୁ ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୧ରେ ୬ ଜଣ ଓଡ଼ିଆ ଖେଳାଳି ଚମକ ଦେଖାଇଛନ୍ତି। ମିଳିତ ଭାବେ ଏହି ଓଡ଼ିଶା ଖେଳାଳି ୩ଟି ଲେଖାଏଁ ପ୍ରଥମ ଓ ଦ୍ବିତୀୟ ପୋଜିସନ୍‌ ଏବଂ ଗୋଟିଏ ଦ୍ବିତୀୟ ପୋଜିସନ୍‌ ଅର୍ଜନ କରିଛନ୍ତି। ଧାବକ ଅନିମେଶ କୁଜୁର ୧୦୦ ଓ ୨୦୦ ମିଟର୍‌ ବର୍ଗରେ ଯଥାକ୍ରମେ ୧୦.୫୧ ସେକେଣ୍ଡ୍‌, ୨୦.୯୭ ସେକେଣ୍ଡ୍‌ ସମୟ ନେଇ ‌ଦ୍ବିମୁକୁଟ ଅର୍ଜନ କରିଥିଲେ। ଓଡ଼ିଶା ପାଇଁ ଅନ୍ୟ ପ୍ରଥମ ପୋଜିସନ୍‌ଟି ପାଇଥିଲେ ଲକ୍ଷ୍ମୀପ୍ରିୟା କିଶାନ (ମହିଳା ୮୦୦ ମିଟର ଦୌଡ଼, ୨ ମିନିଟ୍‌ ୧୦.୮୮ ସେକେଣ୍ଡ୍‌)। ମହିଳା ୨୦୦ ମିଟରରେ ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ (୧୧.୯୮ ସେକେଣ୍ଡ୍‌), ପୁରୁଷ ୧୦୦ ମିଟରରେ ଲାଲୁ ପ୍ରସାଦ ଭୋଇ (୧୦.୬୪ ସେକେଣ୍ଡ୍‌), ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ଅଶୋକ ଦଣ୍ଡସେନା (୯ ମିନିଟ୍ ୩୯.୫୦ ସେକେଣ୍ଡ୍‌) ଦ୍ବିତୀୟ ସ୍ଥାନରେ ରହିଥିଲେ। ଏକମାତ୍ର ତୃତୀୟ ପୋଜିସନ୍‌ ଅର୍ଜନ କରିଥିଲେ ସୁସ୍ମିତା ଟିଗା (ମହିଳା ୩୦୦୦ ମିଟର୍ ଷ୍ଟିପଲଚେଜ୍‌, ୧୧ ମିନିଟ୍‌ ୩୧.୪୦ ସେକେଣ୍ଡ୍‌)। ଶ୍ରାବଣୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ୫ ଆଥ୍‌ଲେଟ୍‌ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍‌ ଆଥ୍‌ଲେଟିକ୍ସ ଏଚ୍‌ପିପିର ପ୍ରଶିକ୍ଷାର୍ଥୀ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର