କାନପୁର: ଓପନର ରୋହିତ ଶର୍ମା କ୍ୟାରିୟରର ୩୫ତମ ଅର୍ଦ୍ଧଶତକ ହାସଲ କରିବା ସହିତ ଭାରତ ଗୋଟିଏ ଓ୍ଵିକେଟ ହରାଇ ୧୮.୪ ଓଭରରେ ୧୦୦ ରନ୍ ପୂରା କରିଛି। ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ତଥା ନିର୍ଣ୍ଣାୟକ ଦିନିକିଆ ଜାରି ରହିଛି। ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡର ପ୍ରଥମ ଶିକାର ହୋଇଛିି ଭାରତ। ଭାରତର ଓପନର ଶିଖର ଧାଓ୍ଵନ (୧୪) ୨୦ ଟି ବଲ ଖେଳି ପାଭଲିୟନ ଫେରି ଯାଇଥିଲେ। ୬.୧ ଓଭରରେ ଟିମ୍ ସାଉଦୀଙ୍କ ବଲ ଖେଳିବାକୁ ଯାଇ ଅଧିନାୟକ କେନ ଓ୍ଵିଲିୟମସନ୍ଙ୍କୁ କ୍ୟାଚ ଦେଇଥିଲେ ଧାଓ୍ଵନ।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଲେଖାଯିବା ବେଳକୁ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା କ୍ରିଜରେ ଅଛନ୍ତି। ଭାରତ ୧୯ଓଭର ପରିସମାପ୍ତି ପରେ ୧୦୪ ରନ୍ ସଂଗ୍ରହ କରିଛି। ସୂଚନାଯୋଗ୍ୟ ୩ଟି ଶୃଙ୍ଖଳା ବିଶିଷ୍ଟ ଦିନିକିଆ ମ୍ୟାଚରେ ଭାରତ ମୁମ୍ବାଇରେ ବିଜୟୀ ହୋଇଥିବା ବେଳେ ପନେରେ ନ୍ୟଜିଲାଣ୍ଡ ବିଜୟୀ ହୋଇଥିଲା। ସେଥିପାଇଁ କାନପୁର ଦିନିକିଆ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।